ସରକାରୀ କର୍ମଚାରୀଙ୍କ ପାଇଁ ମାସ୍କ ଅଭାବ ନେଇ ଅସନ୍ତୋଷ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ସମଗ୍ର ବିଶ୍ୱ ରେ ଏବେ କରୋନା ଭାଇରସ୍ ସଂକ୍ରମଣକୁ ନେଇ ଚିନ୍ତା ବଢିଥିବା ବେଳେ ଅନେକେ ଦେଶ ଏହି ଭୁତାଣୁ ରେ ସଂକ୍ରମିତ ହୋଇଛନ୍ତି ।ସତର୍କତା ଅବଲମ୍ବନ ହିଁ ଏହି ରୋଗର ସବୁଠାରୁ ବଡ ପ୍ରତିଷେଧକ ବୋଲି କରୋନା ସଂକ୍ରମଣ ରୋକିବା ସଚେତନତା ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବେଲଗୁଣ୍ଠା ତହସିଲଦାର ତଥା ବିଡ଼ିଓ ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି ।ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅନ୍ୟତମ ଅତିଥି ରୁପେ ବେଲଗୁଣ୍ଠା ବ୍ଳକ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାଃ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ ଯୋଗ ଦେଇ କୌଣସି ପିଲାଙ୍କ ଠାରେ ଜ୍ୱର, କାଶ,ଶ୍ୱାସ କ୍ରିୟା ରେ ଅସୁବିଧା ହେବାର ଲକ୍ଷଣ ଦେଖାଦେଲେ ଅବହେଳା ନ କରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ପାଇଁ ପରାମର୍ଶ ଦେଇଥିଲେ ।ଏହା ସହ ସାମୁହିକ କାର୍ଯ୍ୟକ୍ରମ ନ କରିବା,ମୁହଁ,ଆଖି ଓ କାନ,ନାକକୁ ବାରମ୍ବାର ସ୍ପର୍ଶ ନ କରିବା ପାଇଁ ପରାମର୍ଶ ଦେଇଥିଲେ ।କାଶିବା,ଛିଙ୍କିବା ସମୟରେ ମୁହଁକୁ ରୁମାଲ କିମ୍ବା କପଡା ରେ ଢାଙ୍କିବା,ହାତକୁ ବାରମ୍ବାର ସାବୁନ ରେ ଧୋଇବି,ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ଯିବା, ବସ୍ କିମ୍ବା ଟ୍ରେନ ରେ ଯାତ୍ରା ନ କରିବା ଭଲ,ସମୂହ ବ୍ୟବହାର କରୁଥିବା ବସ୍ତୁ କବାଟ,ଝରକା, ଟେବୁଲ, ଚୌକି, ମୋବାଇଲ ଫୋନ୍ ଓ କମ୍ପୁଟର ଆଦିକୁ ଜୀବାଣୁ ନାଶକ ଦ୍ରବ୍ୟ ରେ ବାରମ୍ବାର ପୋଛିବା ନେଇ ବୋଲି ସଚେତନ କରାଇଥିଲେ ।ଶୌଚାଳୟ ରେ ସାବୁନ ଓ ପାଣି ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ, ଘୋଡଣୀ ଥିବା ଡଷ୍ଟବିନ୍ ବ୍ୟବହାର କରିବା ନେଇ ଗୁରୁତ୍ୱ ଦେଇଥିଲେ ।ପ୍ରତ୍ୟେକ ପଞ୍ଚାୟତର ସ୍କୁଲ ଗୃହକୁ ଆଇସୋଲେଟେଡ୍ କ୍ୟାମ୍ପ କରି ଏ ଥିରେ ଦଶଟି ଖଟ ପକାଇ ଖାଇବା ଓ ଔଷଧ ର ବ୍ୟବସ୍ଥା କରିବା ସହ ବାହାର ରାଜ୍ୟ ଓ ବିଦେଶରୁ ଆସିଥିବା ଲୋକଙ୍କୁ ସେଠାରେ ୧୪ ଦିନ ପାଇଁ ରଖି କରୋନା ଟେଷ୍ଟ ପରେ ତାଙ୍କୁ ପରିବାର ଲୋକଙ୍କୁ ମିଶିବା ପାଇଁ ଛଡାଯିବ ବୋଲି ବିଡ଼ିଓ ଶ୍ରୀ ବେହେରା ପ୍ରକାଶ କରିଥିଲେ ।ପ୍ରତ୍ୟେକ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ,ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି ଙ୍କୁ ନେଇ ଗୋଟିଏ ଗୋଟିଏ କମିଟି ଗଠନ କରାଯାଇଥିଲା ।ଏହି କମିଟି ଆବଶ୍ୟକ ସ୍ଥଳରେ ବିଡ଼ିଓ ଓ ଚିକିତ୍ସା ଅଧିକାରୀ ଙ୍କୁ ବିଭିନ୍ନ ତଥ୍ୟ ଦେବା ସହ ଯୋଗାଯୋଗ କରିପାରିବେ ।ଆଗମୀ ଦିନରେ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଞ୍ଚାୟତରେ ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର କୋଠରୀ ନିର୍ମାଣ କରାଯିବ ।ବାହାରୁ ଆସୁଥିବା ଭାଇରସ୍ ସଂକ୍ରମିତ ରୋଗୀଙ୍କୁ ସେଠାରେ ରଖି ଚିକିତ୍ସା କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ ।ସରକାରୀ କର୍ମଚାରୀଙ୍କ ପାଇଁ ଆବଶ୍ୟକୀୟ ମାସ୍କ ମିଳୁ ନ ଥିବାରୁ କିଛି ସରପଞ୍ଚ ଓ ସମିତି ସଭ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ।ଆଜିର ଏହି ସଚେତନତା ସଭାରେ ଉପାଧ୍ୟକ୍ଷା ପିଙ୍କି ପରିଡା, ଏବଡିଓ,ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଏପିଇଓ,ସମସ୍ତ ବ୍ଳକ୍ କର୍ମଚାରୀ,ଅଠରଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ, ତିନୋଟି ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ ।ଶେଷରେ ଓଏଲ୍ଏମ୍ ପ୍ରିୟଙ୍କା।ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ