ସରକାରୀ କୋଠା ନିର୍ମାଣକୁ ବିରୋଧ କଲେ ବସ୍ତି ବାସିନ୍ଦା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ୬ ନଂ ୱାର୍ଡ଼ ବାରାହୀ ପାହାଡ଼କୁ ଲାଗି ରହିଥିବା ବସ୍ତି ବାସିନ୍ଦା ମାନେ ଯାତାୟତ ନିମନ୍ତେ ଆର. ଡ଼ି ଅଫିସ ଦେଇ ଯିବାକୁ ପଡ଼ୁଛି । ଆର ଡ଼ି ଅଫିସ ପକ୍ଷରୁ ଉକ୍ତ ବସ୍ତି ବାସିନ୍ଦା ଯାଉଥିବା ରାସ୍ତା ଉପରେ ଅଫିସ କୋଠା ନିର୍ମାଣ ନିମନ୍ତେ କାର୍ଯ୍ୟାରମ୍ଭ ହୋଇଛି । ଫଳରେ ବସ୍ତି କୁ ଯାତାୟତ ସକାଶେ ରାସ୍ତା ବନ୍ଦ ହୋଇଯିବ ବୋଲି ଅଭିଯୋଗ କରି ମେଡ଼ିକାଲ ପଛ ଓ ପୁରୁୂଣା ଗୋରୁ ହାଟ ବସ୍ତିର ୬୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ବୁଧବାର ମଧ୍ୟାନ୍ନରେ ନିର୍ମ।।ଣ ସ୍ଥଳରେ ପାଟିତୁଣ୍ଡ କରିଥିଲେ । ଫଳରେ ଠିକାଦାର କାମ ବନ୍ଦ କରି ଚାଲି ଯାଇଥିଲେ । ବିକ୍ଷୋଭକାରୀ ମାନେ କହିଛନ୍ତି ଯେ, ସେମାନେ ଯାତାୟତକ୍କରୁଥିବା ରାସ୍ତାରେ ଅଫିସ କୋଠା ନିର୍ମାଣଳ ହେଲେ ୮୦ ରୁ ଉଦ୍ଧ୍ୱର୍ ବସ୍ତି ବାସିନ୍ଦାଙ୍କୁ ଯାତାୟତରେ ସମସ୍ୟା ସୃଷ୍ଟି ହେବ । ପୂର୍ବରୁ ଏହି ବସ୍ତି ବାସିନ୍ଦା ମାନେ ମୂଳ, ଜାଗାରୁ ଉଠାଇ ନୂଆଁଗଡ଼ ମୌଜାର କୋର୍ଟ ପାଖରେ ଜମି ପ୍ରଦାନକୁ ବିରୋଧ କରିଥିଲେ । ଷଡ଼ଯନ୍ତ୍ର କରି ସେମାନଙ୍କର ଯାତାୟତ ରାସ୍ତାକୁ ବନ୍ଦ କରି ମୂଳ ଜାଗାରୁ ସେମାନଙ୍କୁ ହଟାଯିବାକୁ ଉଦ୍ୟମ କରାଯାଉଛି ବୋଲି କୁମାରୀ ସେଠୀ, ଗୌରି ଦାସ, ଭାସ୍କର ଦାସ, ପବିତ୍ର ଦାସ, ପ୍ରକାଶ ଦାସ, ହିନ ପଟ୍ଟନାୟକ ପ୍ରମୂଖ ଅଭିଯୋଗ କରିଛନ୍ତି । ଖବର ଲେଖାହେବା ସୁଦ୍ଧା ଘଟଣା ସ୍ଥଳରେ ଜୈନିକ ରାଜନୈତିକ ବ୍ୟକ୍ତି ପଂହଚି ବିକ୍ଷୋଭକାରୀଙ୍କ ସହ ବୁଝାସୁଝା କରୁଥିବା ଜଣାପଡ଼ିଛି । ନିର୍ମାଣଧିନ କୋଠା କାର୍ଯ୍ୟ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିକ୍ଷୋଭକାରୀ ମାନେ କହିଛନ୍ତି ।
ଫଟୋ- ଆର. ଡ଼ି କାର୍ଯ୍ୟାଳୟ ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ଧାରଣା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ