ସରକାରୀ ଜମିରେ ଦୋକାନ ଘରକୁ ପ୍ରତିବାଦ ଥାନାର ଦ୍ୱାରସ୍ଥ ହେଲେ ମହିଳା

ପାଣିକୋଇଲି((ଯୁଗାବ୍ଦ ନ୍ୟୁଜ)): କୋରାଇ ବ୍ଲକ ଅନ୍ତର୍ଗତ ତଳଗଡ ପଞ୍ଚାୟତର ତଳଗଡ ଅଜଗପୁର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନ୍ୟାୟ ପାଇ କୋରାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗାଁର ମାଳି ମଳିକ, ଫାଶି ମଳିକ ଓ ସିଲୁ ମଳିକ ସରକାରୀ ଜାଗାରେ ଦୋକାନ ଘର ନିର୍ମାଣ କରୁଛନ୍ତି । ଯାହାଦ୍ୱାରା ଗ୍ରାମକୁ ଯାତାୟତରେ ବାଧା ଉପୁଜିଛି । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିବାଦ କରିବାରୁ ସେମାନେ ନାନା ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଆଇନକୁ ମାନିବାକୁ ପ୍ରସ୍ତୁତ ହେଉନଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଜୟ ଜଗନ୍ନାଥ ଓ ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଭାରତୀ ମଳିକ, ଝରଣା ମଳିକ, ସବିତା ମଳିକ ଓ ସୁଲୋଚନା ମଳିକଙ୍କ ନେତୃତ୍ୱରେ ଥାନାରେ ପହଞ୍ôଚ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ