ସରକାରୀ ଜମି ବେଆଇନ ଦଖଲକୁ ଉଛେଦ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଦାଣ୍ଡ କିଷମ ଥିବା ଏକ ସରକାରୀ ଜମିକୁ ବେଆଇନ ଭାବେ ଜବର ଦଖଲ କରାଯାଇଥିବା ହେତୁ ସେହି ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯିବାକୁ ମଙ୍ଗଳବାର ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗପତ୍ର ପ୍ରଦାନ ପୂର୍ବକ ଦାବିକରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ମାଳିଅଂଚ (ହରିଜନ ପଡା)ର ଖାତା ନମ୍ବର -୨୨୩ ଏବଂ ପ୍ଲଟ ନମ୍ବର -୫୯୬/୧୦୨୩ ଏରିଆ ଏ୦.୦୩୦ଡିସିମିଲ (ରକ୍ଷିତ)ଦାଣ୍ଡ କିଷମ ଥିବା ସରକାରୀ ଜମିକୁ ସେହି ଗ୍ରାମର ଜନୈକ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ତାଉପରେ ଏକ ଚାଳଘର କରିଥିବା ବେଳେ ଏବେ ଏକ ପକ୍କାଘର ନିର୍ମାଣ କରିବାକୁ ମସୁଧା ଚଳାଇଥିବା ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ ହୋଇଛି । ଏସମ୍ପର୍କରେ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେହି ଗ୍ରାମର ଅଶୋକ ମଲ୍ଲିକ ବେଆଇନ ଭାବେ ସେହି ସରକାରୀ ଜମି ଉପରେ ପକ୍କାଘର ନିର୍ମାଣ କରିବାକୁ ଆରମ୍ଭ କରିବାରେ ଗ୍ରାମବାସୀଙ୍କ ପକ୍ଷରୁ ଏ ନେଇ କେନ୍ଦ୍ରାପଡା ଏକଜିକ୍ୟୁଟିଭ ମ୍ୟାଜିେ ୍ଧଷ୍ଟଟଙ୍କ କୋର୍ଟରେ ୧୪୪ଧାରାରେ ଏକ କ୍ରିମିନାଲ ମିସକେଶ (୫/୨୦୧୯ରେ) କରାଯାଇ ସେହି ବେଆଇନ ଜବରଦଖଲକୁ ଉଛେଦ ପାଇଁ ପ୍ରୟାସ କରାଯାଇଥିଲା । ଏଥିସହିତ ଜିଲ୍ଲା ଆଇନସେବା ପ୍ରାଧିକରଣରେ ସେହି ଜମିକୁ ଜବରଦଖଲମୁକ୍ତ ନିମନ୍ତେ କରାଯାଇଥିବା ଏକ ଅଭିଯୋଗ ଅନୁଯାଇ ଗତ ଫେବୃୟାରୀ ମାସ ୨ତାରିଖରେ ଜିଲ୍ଲା ଆଇନସେବା ପ୍ରାଧିକରଣରେ ଉଭୟପକ୍ଷ ଉପସ୍ଥିତ ହୋଇ ତହସିଲଦାରଙ୍କ ଦ୍ୱାରା ସେହିଜମିକୁ ମାପ କରାଯିବା ପରେ ଜବରଦଖଲ କରାଯାଇଥିବା ଦଣ୍ଡା କିଷମ ଜମିକୁ ସଂପୃକ୍ତ ପକ୍ଷ ଜବରଦଖଲ ମୁକ୍ତ କରି ନିଜ ଜମିରେ ଘର କରିବ ବୋଲି ଲିଖିତ ଭାବେ ପ୍ରଦାନ କରିଥିଲେ । କିନ୍ତୁ ପୂନର୍ବାର ସେହି ବିବାଦୀୟ ଜମି ଉପରେ ସଂପୃକ୍ତ ପକ୍ଷ ପକ୍କାଘର ନିର୍ମାଣ ଆରମ୍ଭ କରିବାରେ ତାହାକୁ ବନ୍ଦ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ସେହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମହାକାଳପଡା ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ମାଳିଅଂଚ ଦଳିତବସ୍ତିର ବାବାଜୀ ମଳିକ,ଶରତ ଚନ୍ଦ୍ର ମଳିକ,ନିରଞ୍ଜନ ମଳିକ,ବୀରବର ମଳିକ,ପ୍ରବୋଧ ମଳିକ,ବନୀତା ମଳିକ,ମିନାକ୍ଷୀ ମଳିକ,ପୂର୍ଣ୍ଣିମା ମଳିକ,କାବେରୀ ମଳିକ,ସଂଗୀତା ମଳିକ ପ୍ରମୁଖ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ