ସରକାରୀ ନିର୍ଦ୍ଦେଶକୁ ଫୁ , ସକାଳୁଆ ଅଫିସ ପାଲଟିଛି ପ୍ରହସନ

ହିଂଜିଳିକାଟୁ, (ଶେଷଦେବ ସାହୁ): ସାରା ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଦିନ୧୦ ଟା ପରେ ପ୍ରବଳ ଅଗ୍ନି ବର୍ଷା । ଚାରିଆଡ଼େ ଫାଙ୍କା ଫାଙ୍କା ଦିଶୁଛି । ରାସ୍ତାଘାଟ, ଦୋକାନ ବଜାରସବୁଠି ଶୁନ୍ଶାନ ।ନିହାତି କାହାର ଗୁରୁତ୍ୱପୁର୍ଣ୍ଣ କାମ ନଥିଲେ ବବାହାରକୁ ଯିବାକୁ ଡ଼ରୁଛନ୍ତି । ସରକାର ମଧ୍ୟ ବାରଣ କରୁଛନ୍ତି ଜନସାଦାରଣଙ୍କୁ ବାହାରକୁ ବାହାରିବାକୁ । ଏପରିସ୍ଥଳେ ସରକାର ମଧ୍ୟ ଏଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ସକାଳୁଆ କରିବା ପାଇଁ ଘୋଷଣା କରିଛନ୍ତି । କିନ୍ତୁ ଏହି ସକାଳୁଆ ଅଫିସ ସୁଯୋଗରେ ସରକାରୀ ବାବୁ ମାନେ ନିର୍ବାଚନୀ ଛୁଟି କଟାଉଥିବା ଅଭିଯୋଗ ହେଉଛି । ଏଭଳି ଏକ ନଗ୍ନଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁ ଅଂଚଳରେ ଥିବା ବିଭିନ୍ନ ସରକାରୀ ଦପ୍ତର ମାନଙ୍କରେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ୟେହ ସକାଳ ୭ ଟା ରେ ସରକାରୀ ବାବୁ ମାନେ ନିଜ ନିଜର କର୍ମମୟ କାର୍ଯ୍ୟାଳୟରେ ପଂହଚିାର ନିୟମ ରହିଥିଲେ ସୁଦ୍ଧା ସରକାରୀ ବାବୁ ମାନେ ସକାଳ ୯ ଟାରେ ପଂହଚୁଥିବାର ଦେଖିବବାକୁ ମିଳୁଛି । କାର୍ଯ୍ୟାଳୟର ତଳିଆ କର୍ମଚାରୀ ମାନେ ସକାଳୁ ଆସି ଅଫିସ ଖୋଲି ସୁଥିା ବେଳେ କାର୍ଯ୍ୟ ଉଦ୍ଦେଶ୍ୟରେ ଆସିଥିବା ଜନସାଧାରଣ ସେହିପରି ଅପେକ୍ଷା କରି ବସୁଛନ୍ତି ବାବୁମାନେ ଆସିବା ପର୍ଯ୍ୟନ୍ତ ।ସବୁ ସରକାର ନିତି ନିୟମକୁ ଫୁ କରି ବାବୁ ମାନେ ଅଫିସ ଆସୁଛନ୍ତି ଦିନ୯ ଟାରେ ଏବବଂ ପୁଣି ଦିନ ୧ ଟା ପୂର୍ବରୁ ଅଫିସ ଫାଙ୍କା କରି ବାବୁ ମାନେ ଚାଲିଯାଉଥିବା ଅଭିଯୋଗ ହେଉଛି । ହିଂଜିଳିକାଟୁ ସହର ମଧ୍ୟରେ ଅବସ୍ଥାପିତ ଥିବା ପଂଚାୟତ କାର୍ଯ୍ୟାଳୟ, ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଉଠା ଜଳସେଚନ ବିଭାଗୀୟ କାର୍ଯ୍ୟାଳୟ, ଜନସ୍ୱାସ୍ଥ୍ୟ ବିଭାଗୀୟ କାର୍ଯ୍ୟାଳୟ, ଆରଡ଼ବ୍ଳ୍ୟୁଏସଏସ ଅଫିସ, ସବରେଜିଷ୍ଟାର କାର୍ଯ୍ୟାଳୟ, ପୂର୍ତ ବିଭାଗୀୟ କାର୍ଯ୍ୟାଳୟ, ରାସ୍ତା ଓ କୋଠାବାଡ଼ି ବିଭାଗୀୟ କାର୍ଯ୍ୟାଳୟ ସମେତ ବହୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ ବାବୁ ମାନେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ କାର୍ଯ୍ୟାଳୟରେ ପଂହଚୁଥିବାର ଦେଖିବାକୁ ମିଳୁଛି । କାର୍ଯ୍ୟାଳୟରେ ଉପସ୍ଥିତ ଥିବା ତଳିଆ କର୍ମଚାରୀ ମାନଙ୍କୁ ପଚାରିଲେ ବାବୁ ମାନେ ଫିଲ୍ଡକୁ ଯାଇଥିବା ନେଇ ଉତର ମିଳୁଛି । ଏପରିକି ବହୁ ସରକାରୀ ଦପ୍ତର ମାନଙ୍କରେ ଅଫିସରମାନେ ସକାଳ ୭ ଟା ରେ ଅଫିସ ନଆସି ବହୁ ବବିଳମ୍ବରେ ଆସୁଥିବାରୁ ସାଧାରଣ ଜନତା ଅସୁବିଧାରେ ପଡ଼ୁଥିବା ବେଳେ ସରକାରଙ୍କସକାଳୁଆ ଅଫିସ କରିବାର ମହତ୍ୱ ମଧ୍ୟ ଫଳପ୍ରଦ ହେବାରୁ ବଂଚିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ