ସରକାରୀ ନିୟମକୁ ଉଲ୍ଲଂଘନ କରୁଛନ୍ତି ଘରୋଇ ସ୍କୁଲ

ଚୌଦ୍ୱାର(ସଞ୍ଜୀବ କୁମାର ତିୱାରୀ) :ବିଶ୍ଵବ୍ୟାପୀ ମହାମାରୀ ର ରୂପ ନେଇଥିବା କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାଅନୁଷ୍ଠାନ କୁ ଆଗାମୀ ମାର୍ଚ୍ଚ୩୧ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି।ହେଲେ ଏହାକୁ ଖୋଲାଖୋଲି ଅବମାନନା ଦେଖା ଦେଇଛି କଟକ ଜିଲ୍ଲାର ଟାଙ୍ଗିଚୌଦ୍ୱାର ବ୍ଲକ ମୁଖ୍ୟ କାର୍ଯ୍ୟାଳୟ କୋଟସାହି ପଂଚାୟତରେ । ପଂଚାୟତର ରାମଗଡ଼ରେ ଥିବା ନିଗମାନନ୍ଦ ବିଦ୍ୟାନିକେତନ ବିଦ୍ୟାଳୟ ସରକାରୀ ନିର୍ଦେଶକୁ ଖୋଲାଖଲି ଉଲଂଘନ କରି ବିଦ୍ୟାଳୟରେ ଶିକ୍ଷାଦାନ ନିୟମିତ ଭାବେ କରିଆସୁଥିଲେ । ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଦ୍ୟାଳୟ କତ୍ତୃପକ୍ଷ ଏହାକୁ ଖାତିର ନକରି ଛୋଟ ପିଲା ମାନଙ୍କର ଜୀବନ ସହ ଖେଳ ଖେଳି ଆସୁଥିଲେ । ଅତିରିକ୍ତ ବ୍ଲକ ଶିକ୍ଷଧିକାରୀ ବିଦ୍ୟାଳୟରେ ଚଢ଼ାଉ କରି ତୁରନ୍ତ ବନ୍ଦ କରିବା ପାଇଁ ତାଗିଦା କରିବା ପରେ କତ୍ତୃପକ୍ଷ ସ୍କୁଲ ବନ୍ଦ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ