ସରକାରୀ ନିୟମକୁ ନ ମାନି ଚାଉଳ ବାଣ୍ଟିଲେ ପଞ୍ଚାୟତ ଅଧିକାରୀ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ସାରା ରାଜ୍ୟରେ କରୋନା ତାର କାୟା ଆବିଷ୍କାର କରି ଧୀରେ ଧୀରେ କେତେ ଜୀବନ ନେଲାଣି କିନ୍ତୁ ଲୋକେ ମାନୁ ନାହାନ୍ତି ସରକାରୀ ନିୟମ ଜିଲ୍ଲାପାଳ ଅନୁପମ ସାହା ନିଜେ ସମସ୍ତଙ୍କୁ ଜଣାଇଛନ୍ତି ମାକ୍ସ ପିନ୍ଧିବା ସାବୁନ ରେ ହାତ ଧୋଇବା ଏବଂ ସାମାଜିକ ଦୂରତା ରଖିବା ପାଇଁ ବ୍ୟବସାୟୀ ମାନଙ୍କୁ କୁହାଯାଉଚି ମାସ୍କ ନ ପିନ୍ଧିଥିବା ଗ୍ରାହକଙ୍କୁ ଜିନିଷ ପତ୍ର ନଦେଇ ତାଙ୍କୁ ମାସ୍କ ପିନ୍ଧି ଆସିବାକୁ କୁହନ୍ତୁ | ଦୋକାନ ଆଗରେ ପାଣି ସାବୁନ ରଖାଯାଉ | ଏହି ନିୟମ ନ ମାନୁଥିବା ଲୋକମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ | ହେଲେ ସରକାରୀ ବାବୁ ମାନେ ହିଁ ଏହି ନିୟମ କୁ ନମାନି ନିଜ ମନ ମୁତାବକ କାମ କରି ଚାଲିଛନ୍ତି | ନା ମାସ୍କ ଅଛି ନା ସାମାଜିକ ଦୂରତା ନା ହାତ ଧୋଇବା ପାଇଁ କିଛି ବ୍ୟବସ୍ଥା ହୋଇଛି | ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକ ମଳାସପଦର ପଞ୍ଚାୟତ ରେ ଗୁରୁବାର ଦିନ ଏଠି ସରକାରୀ ମାଗଣା ଚାଉଳ ବଣ୍ଟନ କରା ଯାଉଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ପଞ୍ଚାୟତ ଅଧିକାରୀ ସଦାଶିବପାତ୍ର ନିଜେ ମାସ୍କ ନପିନ୍ଧି କାର୍ଯ୍ୟାଳୟ ରେ ବସିଥିଲେ ,ଏପରିକି ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ହାତ ଧୋଇବା ପାଇଁ କୌଣସି ସୁବିଧା ରଖିନଥିଲେ | ଚାଉଳ ବାଣ୍ଟିବା ସମୟରେ ମାସ୍କ ନ ପିନ୍ଧି ଲୋକଙ୍କୁ ଚାଉଳ ବାଣ୍ଟିଥିଲେ ସେଠି ଉପସ୍ଥିତ ଥିବା ଲୋକମାନେ ମଧ୍ୟ ନିଜ ଭିତରେ ସାମାଜିକ ଦୂରତା ନ ରଖି ଏକତ୍ରିତ ହୋଇ ରହିଥିଲେ | ଏ ବିଷୟରେ ଶ୍ରୀ ପାତ୍ରଙ୍କୁ ପଚାରିବାରୁ କହିଥିଲେ ଏଠାରେ ଆଗରୁ ହାତ ଧୋଇବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ | ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ,ତହସିଲଦାର ନିୟମ କରିଦେଲେ ସିନା ତାହାର ପାଳନ ଠିକ ସେ ହୋଇପାରିଲା ନାହିଁ ତେବେ ଏହା ଦେଖିବା ପରେ ସରକାର ଏମାନଙ୍କ ବିଷୟରେ କଣ ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ଘର ଜଗୁଆଳି ଯଦି ଚୋରାଇବେ ତେବେ ଚୋର ଧରିବ କିଏ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ