ସରକାରୀ ନିୟମକୁ ଫୁ

ନାଉଗାଁ,:ମଧ୍ୟାହ୍ନ ଭୋଜନରେ ସ୍ୱଛତା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ପନ୍ଥା ଗ୍ରହଣ କରାଯାଇଛି । କିନ୍ତୁ ଏହାର ସଠିକ ପରିଚାଳନା ପାଇଁ ଜିଲ୍ଲା ଠାରୁ ସ୍କୁଲ କ୍ଲଷ୍ଟର ପର‌୍ୟ୍ୟନ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏପରିକି ଅଧିକ ସ୍ୱଛତା ପାଇଁ ସରକାରୀ ୱେବସାଇଟରେ ମଧ୍ୟାହ୍ନ ଭୋଜନ ପୋର୍ଟାଲ ବ୍ୟବସ୍ଥା କରାଯାଇଛି । ଏହି ପୋର୍ଟାଲରେ ମଧ୍ୟାହ୍ନ ଭୋଜନର ସମସ୍ତ ତଥ୍ୟକୁ ଦର୍ଶାଇବା ପାଇଁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ମ୍ୟାସେଜ କରିବା ପାଇଁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହଫଳରେ ୱେବସାଇଟରୁ ମଧ୍ୟାହ୍ନ ଭୋଜନର ସର୍ବିଶେଷ ତଥ୍ୟ ସର୍ବସାଧାରଣମାନେ ଜାଣିପାରିବେ । ଏହି ନିର୍ଦ୍ଦେଶକୁ ନାଉଗାଁ ବ୍ଲକର ଅଧିକାଂଶ ସ୍କୁଲ ମାନୁନଥିବା ଦେଖା ଦେଖିବାକୁ ମିଳୁଛି । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀମାନେ ସଂପୃକ୍ତ ସ୍କୁଲ ପ୍ରତି କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ବିଭାଗର ସ୍ୱଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ସୁଚନା ଅନୁସାରେ ୱେବସାଇଟର ମଧ୍ୟାହ୍ନ ଭୋଜନ ପୋର୍ଟାଲରେ ନାଉଗାଁ ବ୍ଲକରେ ୮୮ଟି ବିଦ୍ୟାଳୟ ରହିଛି । ଏହି ସମସ୍ତ ବିଦ୍ୟାଳୟରେ ୪୭୨୪ ଜଣ ଛାତ୍ରଛାତ୍ରୀଙ୍କ ନାମ ପଂଜିକୃତ ହୋଇଛି । ଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ ଅନିୟମିତତାକୁ ସୁଧାର ପାଇଁ ସରକାରଙ୍କ ପକ୍ଷରୁ ମୋବାଇଲରେ ମ୍ୟାସେଜ ପଠାଇବା ପାଇଁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ବିଦ୍ୟାଳୟରେ ଯେତିକି ସଂଖ୍ୟକ ପିଲା ମଧ୍ୟାହ୍ନ ଭୋଜନ ଖାଇବେ ସେତିକି ସଂଖ୍ୟକ ପିଲାଙ୍କର ତଥ୍ୟ ୱେବସାଇଟର ମଧ୍ୟାହ୍ନ ଭୋଜନ ପୋର୍ଟାଲରେ ପ୍ରକାଶ ପାଇବ । ଏହି ମ୍ୟାସେଜ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଦ୍ୱାରା କରାଯିବ । ଏହି ମ୍ୟାସେଜ ବିଦ୍ୟାଳୟ ଚାଲୁଥିବା ସୋମବାରରୁ ଶୁକ୍ରବାର ପର‌୍ୟ୍ୟନ୍ତ ଦିନ ୧୧.୩୦ଟା ପୂର୍ବରୁ ଓ ଶନିବାର ଦିନ ୯ଟା ପୂର୍ବରୁ ମ୍ୟାସେଜ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଯାହାଫଳରେ ମଧ୍ୟାହ୍ନ ଭୋଜନ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ ୱେବସାଇଟରୁ ତଥ୍ୟ ସଂଗ୍ରହ କରି ସଠିକ ତଦାରଖ କରିପାରିବେ । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଏହି ନିୟମକୁ କାର‌୍ୟ୍ୟକାରୀ କରାଯାଉନଥିବା ୱେବସାଇଟର ମଧ୍ୟାହ୍ନ ଭୋଜନ ପୋର୍ଟାଲରୁ ଜଣାଯାଇଛି । ଆଜି ଗୁରୁବାର ଦିନ ୧୨.୩୦ଟା ସୁଦ୍ଧା ୱେବସାଇଟର ମଧ୍ୟାହ୍ନ ଭୋଜନ ପୋର୍ଟାଲରେ ବ୍ଲକର ୮୮ଟି ବିଦ୍ୟାଳୟରୁ ୬୯ଟି ବିଦ୍ୟାଳୟର ନାମ ରହିଥିବା ଦେଖିବାକୁ ମିଳିଥିଲା । ଏଥିମଧ୍ୟରୁ କୋରୁଅ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତେଂଟୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଅନ୍ୟ ୧୭ଟି ବିଦ୍ୟାଳୟର ନାମ ଦେଖିବାକୁ ମିଳିନଥିଲା । କିନ୍ତୁ ଅପରାହ୍ନ ୪ଟା ପରେ ଏହି ୱେବସାଇଟରେ ୮୮ଟି ବିଦ୍ୟାଳୟରୁ ୮୫ଟି ବିଦ୍ୟାଳୟର ନାମ ଦେଖିବାକୁ ମିଳିଥିଲା ।ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକମାନେ ବିଦ୍ୟାଳୟରେ ଖାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଠାରୁ ଢେର ଅଧିକ ଦର୍ଶାଇବା ପାଇଁ ଧାର‌୍ୟ୍ୟ ସମୟରେ ମ୍ୟାସେଜ ନକରି ବିଦ୍ୟାଳୟ ଛୁଟି ସମୟରେ କରୁଥିବା ଅଭିଯୋଗ ହେଉଛି । ମଧ୍ୟାହ୍ନ ଭୋଜନ ତଦାରଖ ଦାୟିତ୍ୱରେ ଥିବା ଏବିଇଓ, ବିଆରସିସି ଓ ସିଆରସିସ ଏହାଜାଣି ମଧ୍ୟ କ’ଣ ପାଇଁ କାର‌୍ୟ୍ୟାନୁଷ୍ଠାନ ନେଉନାହାନ୍ତି ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସଂପୃକ୍ତ ଅଧିକାରୀମାନେ ସେମାନଙ୍କ ସହିତ ସାମିଲ ହୋଇ ମଧ୍ୟାହ୍ନ ଭୋଜନକୁ ଚଳୁ କରୁଥିବା ସାଧାରଣରେ ମଧ୍ୟ ଚର୍ଚ୍ଚା ହେଉଛି । ଏ ସଂର୍ପକରେ ବ୍ଲକ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତିଙ୍କୁ ପଚାରିବାରୁ ବ୍ଲକ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛିନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ