ମା ସିଦ୍ଧିଦାତ୍ରୀଙ୍କର ବରାହୀ ବେଶ

ନାଉଗାଁ,: ଜଗତସିଂହପୁର ବ୍ଳକ ଅନ୍ତର୍ଗତ ସରମ୍ବୋସ୍ଥିତ ମା ସିଦ୍ଧିଦାତ୍ରୀ ଦିବ୍ୟ ଜୀବନ ସେବାଶ୍ରମରେ ଗୁରୁବାର ଶାରଦୀୟ ପାର୍ବଣର ପଂଚମ ଦିବସରେ ମା ସିଦ୍ଧିଦାତ୍ରୀଙ୍କୁ ବରାହୀ ବେଶରେ ସୁସଜ୍ଜିତ କରାଯାଇଥିଲା । ଯଥା ରୀତି ପୂଜାର୍ଚ୍ଚାନା ପରେ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଗୋକୁଳାନନ୍ଦ ସରସ୍ୱତୀଙ୍କ ତତ୍ୱାବଧାନରେ ଏହି ବେଶ କରାଯାଇଥିଲା । ମା’ଙ୍କର ଏହି ପାର୍ବଣୀୟ ବେଶ ଦେଖିବାକୁ ଆଖ ପାଖ ଅଂଚଳର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆଶ୍ରମର ସଂପାଦକ ଅକ୍ଷୟ ମିଶ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ