ସରକାରୀ ବାଳିକା ବିଦ୍ୟାଳୟର ୧୯୭୬ ବ୍ୟାଚ୍ ଛାତ୍ରୀଙ୍କ ବନ୍ଧୁ ମିଳନ

ହାଟଡିହି- ଆନନ୍ଦପୁର ସରକାରୀ ବାଳିକା ବିଦ୍ୟାଳୟର ୧୯୭୬ ବ୍ୟାଚ ଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ବନ୍ଦୁ ମିଳନ ଉତ୍ସବରେ କନକ ଲତା ବେହେରା, ଲୀଳାବତୀ ପଣ୍ଡିତ, ଜ୍ୟୋତ୍ସ୍ନା ମିଶ୍ର, ନିରୁପମା ମିଶ୍ର, ଶ୍ୟାମଳୀ ସେନ, କାଞ୍ଚନ ମିଶ୍ର, କୁମୁଦୁନି ଦାସ, କଳ୍ପନା ମିଶ୍ର, ବିଷ୍ଣୁପ୍ରୀୟା ବେହେରାଙ୍କ ସମେତ ଅନେକ ଛାତ୍ରୀ ଯୋଗଦେଇ ନିଜ ନିଜର କର୍ତ୍ତମୟ ଜୀବନ ସମ୍ପର୍କର ଆଲୋକପାତ କରିଥିଲେ । ଦୀର୍ଘଦିନ ପରେ କର୍ମମୟ ଯଞ୍ଜାଳ ମଧ୍ୟରୁ ସମୟ ବାହାରକରି ଏକତ୍ରିତ ହୋଇପାରି ସମସ୍ତେ ଖୁସି ବ୍ୟକ୍ତ କରିବା ସହିତ ନିଜ ନିଜ ଭୀିତରେ ଭାବର ଆଦାନପ୍ରଦାନ କରିଥିଲେ । ଏହି ଅବସରରେ ପରଲୋକଗତ ସହପାଠୀ ଅନ୍ନପୁର୍ଣ୍ଣା ମୁଦୁଲି ଓ ନିରୁପମା ପାତ୍ରଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଆଗାମି ଦିନରେ ସମସ୍ତ ଛାତ୍ରୀମାନେ ସମସ୍ତଙ୍କ ସୁଖ ଦୁଖଃର ସାଥି ହେବାପାଇଁ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ