ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ବିଞ୍ଜାନ ମେଳା ଓ ପୋଷାକ ବିତରଣ ଉତ୍ସବ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟ ସ୍ତରୀୟ ଞ୍ଜାନ ବିଞ୍ଜାନ ମେଳା ଓ ଶିକ୍ଷାର୍ଥୀଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ସ୍ତରୀୟ ଞ୍ଜାନ ବିଞ୍ଜାନ ମେଳାକୁ ତହସିଲଦାର ଗୋପିନାଥ କୁଅଁର ରିବନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବା ସହ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିବା ସହ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ । ଶିକ୍ଷାର୍ଥୀଙ୍କ ଦ୍ୱାରା ପ୍ରସ୍ତୁତ ବିଞ୍ଜାନ ଓ ଗଣିତ ମେଗାଜିନକୁ ମୁଖ୍ୟ ଅତିଥି ଲୋକାର୍ପଣ କରିଥିଲେ । ଏଥିରେ ମୋଟ ୬୫ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ପରିଶେଷରେ ୧ମ ସ୍ଥାନ ଅଧିକାର କରିଥିବା ପିଙ୍କି ସେଠି, ୨ୟ ସ୍ଥାନ ଅଧିକାର କରିଥିବା ସୁଧାମୟୀ ଦାସ, ୩ୟ ସ୍ଥାନ ଅଧିକାର କରିଥିବା ବର୍ଷା ପାଣିଗ୍ରାହୀ , ୪ର୍ଥ ସ୍ଥାନ ଅଧିକାର କରିଥିବା ଆକାଂକ୍ଷା ପଟ୍ଟନାୟକ ଓ ୫ମ ସ୍ଥାନ ଅଧିକାର କରିଥିବା ଅଶ୍ୱିନି ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।
ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କେ. ନିମାଇଁ ଚରଣ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶରତ ସ୍ୱାଇଁ, ରବିନ୍ଦ୍ର ଜେନା ପ୍ରମୁଖ ମଂଚାସିନ ରହି ୨୭୪ ଜଣ ଛାତ୍ରୀ ଓ ୧୮୬ ଜଣ ଛାତ୍ରଙ୍କୁ ୨ ହଳ ପୋଷାକ, ୨ ହଳ ମୋଜା ଓ ଏକ ହଳ ଜୋତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଟ ଶିକ୍ଷକ ନିକୁଂଜ ପ୍ରଧାନ, ବିପିନ ବିହାରୀ ଦାଶ ପରିଚାଳନା କରିଥିବା ବେଳେ ବବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ