ହିଂଜିଳିକାଟୁ ନିୟନ୍ତ୍ରିତ ବଜାର କମିଟିର ବାର୍ଷିକ ସାଧାରଣ ବୈଠକ

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ନିୟନ୍ତ୍ରିତ ବଜାର କମିଟିର ବାର୍ଷିକ ସାଧାରଣ ୈବଠକ ଶୁକ୍ରାର କାର୍ଯ୍ୟାଳୟ ପରିସରସ୍ଥ ସଭାକକ୍ଷ ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଗଂଜାମ ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, କମିଟିର ଉପାଧ୍ୟକ୍ଷ ତଥା ପୂର୍ବତନ ଗ୍ରୀଟ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ମଂଚାସିନ ଥିଲେ । ୈଠକରେ କମିଟିର ସମ୍ପାଦକ ତ୍ରିନାଥ ବିଶ୍ୱାଳ ବାର୍ଷିକ ଆୟ ବ୍ୟୟ ୀବରଣୀ ପାଠ କରିଥିଲେ । ଆର୍ଥିକ ବର୍ଷ ୨୦୧୮-୧୯ ରେ ନଭେମ୍ବର ୨୦୧୮ ଠାରୁ ଅଗଷ୍ଟ ୨୦୧୯ ମସିହା ପର୍ଯ୍ୟନ୍ତ କମିଟିର ଆୟ ୫ କୋଟି ୧୭ ଲକ୍ଷ ୭୩ ହଜାର ୧୮୬ ଟଙ୍କା ହୋଇଥିବା ବେଳେ ବ୍ୟୟ ୩ କୋଟି ୯୭ ଲକ୍ଷ ୧୮ ହଜାର ୪୨୨ ଟଙ୍କା ହୋଇଥିବା ସୂଚନା ପ୍ରଦାନ କରାଯାଇଥିଲା । ସଂପୃକ୍ତ କାର୍ଯ୍ୟାଳୟ ନୂତନ କୋଠାକୁ ସ୍ଥାନାନ୍ତର ହୋ ପରେ ଆବଶ୍ୟକୀୟ ଆସବାବପତ୍ର କ୍ରୟ ସକାଶେ ଆଲୋଚନା, କୃଷକ ସର୍ମ୍ପକ ଅଭିଯାନ, ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ, ଭୂବନେଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓକିଲ ନିଯୁକ୍ତି ସକାଶେ ଆଲୋଚନା କରାଯିବା ସହ ଅନୁମୋଦନ କରାଯାଇଥିଲା । କାର୍ଯ୍ୟାଳୟ ସମ୍ମୁଖ ଭାଗରେ ରହିଥିବା ଦୋକାନ ଘର ଗୁଡ଼ିକୁ ଭାଙ୍ଗି ନୂତନ ଦୁଇ ମହଲା ବିଶିଷ୍ଟ ଦୋକାନ ଘର ନିର୍ମଣ ଉପରେ ଆଲୋଚନା କରାଯାଇଥିବା ବେଳେ କମିଟିର ସଭ୍ୟମାନଙ୍କୁ ନଜଣାଇ କିମ୍ବା ବିନା ରେଜୁଲେସନରେ କମିଟି ସମ୍ପାଦକ ନିଜ ଉଛା ମୁତାବକ ଦୋକାନ ଘର ଭାଙ୍ଗି ଦେଇଥିବାରୁ କମିଟିର ସଭ୍ୟ ମାନେ ହୋହାଲ୍ଲା କରିଥିଲେ ଏବହ କମିଟି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଥିଲେ । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରତି ମାସରେ ବୈଠକ କରାଯାଉନଥିବା ଏବଂ କମିଟିର ସମ୍ପାଦକ, କୌଣସି କର୍ମକତା କିମ୍ବା ସଦସ୍ୟଙ୍କ ବିନାନୁମତିରେ ବ୍ୟୟବରାଦ କରୁଥିବା ଯୋଗୁଁ କମିଟିର ସଭ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ମୋହନ ସାହୁଙ୍କ ଏକ ପ୍ରତିମୂର୍ତି ନିର୍ମାଣ କରିବା ସକାଶେ ବୈଠକରେ ଅନୁମୋଦନ କରାଯାଇଥିଲା । ପରିଶେଷରେ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଗଂଜାମ ଉପ ଜିଲ୍ଲାପାଳ ପୃଷ୍ଟିଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ୩ ମାସରେ ଥରେ କମିଟି ପକ୍ଷରୁ ଏକ ବୈଠକ ଡ଼କାଯିବା ସକାଶେ ସ୍ଥିର କରାଯାଇଥିଲା । ନିୟନ୍ତ୍ରିତ ବଜାର କମିଟିକୁ ସୁଦୃଢ କରିବା ସକାଶେ ଏକ ସବ୍ କମିଟି ଗଠନ କରାଯାଇଥିଲା । ଉକ୍ତ ସବ୍ କମିଟିରେ ସଭ୍ୟ ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, , କମିଟିର ଉପାଧ୍ୟକ୍ଷ ସୁରେନ୍ଦ୍ର ନାଥ ପ୍ରଧାନ, ଏବଂ ସଭ୍ୟ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ କମିଟିର ସଭ୍ୟ ସରୋଜ କୁମାର ପଣ୍ଡା, ହରିହର ଚୌଧୁରୀ, କିଶୋର ନାହାକ, ସୂର୍ଯ୍ୟ ନାରାୟଣ ସାହୁ, ପ୍ରଦୀପ କୁମାର ପଣ୍ଡା, ଶ୍ରୀକାନ୍ତ କୁମାର ସାହୁ, କାଳୁ ସାବତଙ୍କ ସମେତ ବହୁ ସଭ୍ୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ କମିଟିର କର୍ମଚାରୀ ସଂଜୟ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ପବିତ୍ର କୁମାର ସାହୁ, ରାମକୃଷ୍ଣ ଦାଶ, ଜିଜୟ କୁମାର ଦାଶ, ଲଡ଼ୁ କିଶୋର ରାଉତ, ଦେବରାଜ ସ୍ୱାଇଁ, ଶଙ୍କର୍ଷଣ ପୋଲାଇ, ବସନ୍ତ ସୁଆଁସିଆ, ଅମିୟ ପଟ୍ଟନାୟକ, ଦିବାକର ଦାସ, ଗୋଲକ ଗୌଡ଼, କୌଳାସ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ