ସରକାରୀ ମାଲ ଦରିୟାମେ ଢାଲ, ନିର୍ମଣ କାର୍ଯ୍ୟ ସରି ୧ବର୍ଷ ପରେ ସୁଦ୍ଧା ୨୦ କୋଟି ଟଙ୍କାର ବିଦ୍ୟୁତ ପାୱାର ପ୍ଲାଣ୍ଟ ଖତଖାଉଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ୨୦କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଦ୍ୟୁତ ପାୱାର ପ୍ଲାଣ୍ଟ ନିର୍ମଣ କାର୍ଯ୍ୟ ଶେଷ ହୋଇ ୧ବର୍ଷ ବିତିଯାଇଥିଲେ ସୁଦ୍ଧା ପାୱାର ପ୍ଲାଣ୍ଟଟିର କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ । ସରକାରୀ ମାଲ ଦରିୟାମେ ଢାଲ ନିତିରେ ପ୍ଲାଣ୍ଟର କାର୍ଯ୍ୟାରମ୍ଭ କରାନଜିବା ଯୋଗୁଁ ଯନ୍ତ୍ରପାତି ଗୁଡିକ ଖତଖାଇବାରେ ଲାଗିଛି । ଗଜପତି ଜିଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ଭାଲିଆସାହି ଠାରେ ୨୦ କୋଟି ଟଙ୍କାର ବିଦ୍ୟୁତ ପାୱାର ପ୍ଲାଣ୍ଟ କାମରେ ଲାଗୁନଥିବାର ଜଣାପଡିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାମାନ କରାଯାଉଛି । ସେଥି ମଧ୍ୟରୁ ବିଦ୍ୟୁତ ସେବା ଅନ୍ୟତମ ଗାଁଗାଁକୁ ଆଲୁଅ ଘରେ ଘରେ ବିଜୁଳୀବତୀ ପାଇଁ ଯୋଜନାଥିବାବେଳେ ପ୍ରତି ଅଞ୍ଚଳରେ କିପରି ଆଲୁଅ ସୁବିଧା ପାଇପାରିବେ ଏଥିପାଇଁ ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ହେଲେ କେଉଁଠି କାର୍ଯ୍ୟକାରୀ ହେଉଛିତ ଆଉକେଉଁଠି କାର୍ଯ୍ୟ ସରିଲେ ମଧ୍ୟ କୋଟି କୋଟି ଟଙ୍କାର ପ୍ରକଳ୍ପ ଗୁଡିକ ଧୂଳିଖାଇ ପଡିରହିଛି । ଏପରି ଏକ ଜ୍ୱଳନ୍ତ ଉଦାହଣ ହେଲା ଆର୍.ଉଦୟଗିରି ଅନ୍ତର୍ଗତ ଭାଲିଆ ସାହି ଠାରେ ନିର୍ମିତ ହୋଇଥିବା ବିଦ୍ୟୁତ୍ ପାୱାର ପ୍ଲାଣ୍ଟ । ଏହି ପ୍ଲାଣ୍ଟ ହେବା ଦ୍ୱରା ଆର୍.ଉଦୟଗିରି ଓ ନୂଆଗଡ ବ୍ଲକର ବିଦ୍ୟୁତ ସମସ୍ୟା ଦୂର ହେବ ବୋଲି ଏହାକୁ ନିର୍ମାଣ କରାଯାଇଥିଲା । ଗତ ୪ବର୍ଷ ପୂର୍ବେ ଭାଲିଆ ସାହିଠାରେ ଓ.ପି.ଟି.ସି.ଏଲ୍. ନାମକ କମ୍ପାନୀ ୨୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ନିର୍ମାଣ ପାଇଁ ଦିଆଯାଇଥିଲା । ହେଲେ ବର୍ତ୍ତମାନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଦୀର୍ଘ ୧ବର୍ଷ ହେଲା ଏହି ପାୱାର ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇପାରିନାହିଁ । ଯାହାକି ବିଦ୍ୟୁତ ସରାବହପାଇଁ ମୋହନା ଠାରେ ଥିବା ପାୱାର ପ୍ଲାଣ୍ଟ ଉପରେ ନିର୍ଭର କରିବାକୁ ପଡୁଛି । ଏପରିକି ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସେବାରୁ ବଞ୍ôଚତ ହେଉଛନ୍ତି । ଯଦି ଏହି ପାୱାର ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇଥାନ୍ତା ତେବେ ସମସ୍ୟା ସମାଧାନ ହୋଇପାରନ୍ତା ବୋଲି ଅଞ୍ଚଳବାସୀମାନେ ଅଲୋଚନା କରୁଛନ୍ତି । ଅନ୍ୟପକ୍ଷରେ କୋଟି କୋଟି ଟଙ୍କା ବ୍ୟୟବରାଦରେ ମେସିନ ଗୁଡିକ ଖତଖାଉଥିବାରୁ ସାଧାରଣରେ ଚର୍ଚ୍ଚା ଯୋର୍ଧରିଛି । ଏଣୁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ସାଉଥ୍କୋ ନିର୍ବାହୀ ଯନ୍ତ୍ରୀ ପ୍ରସାଦ ପଟ୍ଟନାୟକଙ୍କୁ ପଚରାଯିବାରୁ ସେ କହିଥିଲେ ଉକ୍ତ ପାୱାର ପ୍ଲାଣ୍ଟ ସାଉଥ୍କୋ ଅଧିନସ୍ଥ ନୁହେଁ । ଓ.ପି.ଟି.ସି.ଏଲ୍. ଅଧିନରେ ରହିଛି । ଗଜପତି ଜିଲ୍ଲାରେ ସମ୍ପୃକ୍ତ ବିଭାଗର କୌଣସି ଅଧିକାରୀଙ୍କ ପଦବୀ ନଥିବାରୁ ଏଥିନେଇ କୌଣସି ମତାମତ ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ