ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ସରକାରୀ ଯୋଜନା ର ସଫଳ ରୂପାୟନ ପାଇଁ ସଚେତନତା କାର୍ଯ୍ୟକ୍ରମ ଜୁଲାଇ ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମଥୁରା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବିଣ ଗୌଡ ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ମଥୁରା ପଞ୍ଚାୟତର ୧୩୭ ଜଣ ହିତାଧିକାରୀଙ୍କୁ ଦିଆଯାଇଥିବା ଆବାସ ଗୃହର କାର୍ଯ୍ୟ ଶୀଘ୍ର ସମ୍ପାଦନ କରି ସରକାରଙ୍କ ପକ୍ଷରୁ ପୁରସ୍କାର ରାଶି ପାଇବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ କୁମାର ନାୟକ, ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ସରପଞ୍ଚ ସୁନୀତା ବେହେରା, ସମିତି ସଭ୍ଯା ମିନତୀ ପାତ୍ର, ନାଏବ ସରପଞ୍ଚ ସଦାଶିବ ନାୟକ, ପ୍ରଶନ ନାୟକଙ୍କ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ