ସରକାରୀ ଯୋଜନା ଓ ଟ୍ରାନସ୍‌ଜେଣ୍ଡର ସଶକ୍ତି କାର୍ଯ୍ୟକ୍ରମ ସୀକୃତି ଉପରେ ସଚେତନତା କର୍ମଶାଳା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦିନ ବାଲିଗୁଡା ବ୍ଲକ ପ୍ରଶାସନ ଓ ସ୍ୱାତୀ ର ମିଳିତ ଆନୁକୁଲ୍ୟ ରେ ପଂଚାୟତ ସମିତି ବୈଠକ ଗୃହରେ ସରକାରଙ୍କ ବିଭିନ୍ନ ଗରିବ ଦୁରୀକରଣ ଯୋଜନା ଓ ଟ୍ରାନସ୍‌ଜେଣ୍ଡର ସଶକ୍ତି କରଣ କାର୍ଯ୍ୟକ୍ରମ “ସ୍ୱୀକୃତୀ” ଉପରେ ସଚେତନତା କର୍ମଶାଳା ଜିଲ୍ଲା ପରିଶଦ ଅଧକ୍ଷା ନନ୍ଦିନି ମଲ୍ଲିକ ଙ୍କ ଅଧ୍ୟକତା ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ବାଲିଗୁଡା ପଂଚାୟତ ସମିତି ଅଧକ୍ଷା ମିସାବତି ମଲ୍ଲିକ , ଉପାଧକ୍ଷା ନିକଜିନି ଦିଗାଳ, ବନବାଶି ଅନୁଷ୍ଠାନ ର ଉପସଂପାଦକ ରବିନ୍ଦ୍ର ପଣ୍ଡା, ଶାନ୍ତିମୈତ୍ରି ର ମୁଖ୍ୟ ଭଗବାନ ଜେନା ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିବା ସହ କିନ୍ନର ମାନଙ୍କୁ ମୁଖ୍ୟଶ୍ରୋତରେ ସାମିଲ କରିବାକୁ ହେଲେ ସବୁ ସ୍ଥରରେ ବାଛ ବିଚାରକୁ ପଛରେ ପକାଇ ସରକାରଙ୍କ ସମସ୍ତ ସୁବିଧା ହାସଲ କରି ଜୀବନ ଜିବିକା ସୃଦୃଢ କରିବାକୁ ହେବ ବୋଲି କହିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିନେସ କୁମାର କହଁର ଉପସ୍ଥିତ ରହି ବିଭିନ୍ନ ଯୋଜନା ତଥା ସାମାଜିକ ସୁରକ୍ଷା ରେ ହିତାଧିକାରି କିଭଳି ପେନସନ, ପ୍ରୋତ୍ସାହନ ଓ ସୀକୃତି ଯୋଜନା ସହ ଜୋଡି ହେବେ ତାହା ଆଲୋକପାତ କରିଥିଲେ । ଗ୍ରାମପଂଚାୟତ ଅଧିକାରୀ ଅମରେଶ ରଥ ନବନିର୍ବାଚିତ ପ୍ରତିନିଧି କିପରି ପଲ୍ଲି ଓ ଗ୍ରାମ ସଭା ରେ କିନ୍ନର ମାନଙ୍କ ଯୋଗଦାନ କୁ ଶନିଶ୍ଚିତ କରି ପଂନଚାୟତ ସମିତି ମାଧ୍ୟମରେ କାର୍ଯ୍ୟକାରି ହେଉଥିବା ଯୋଜନା ଯଥା ମହାତ୍ମା ଗାନ୍ଧି ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଜୁକ୍ତି, ଜଳ ଯୋଗାଣ, ଓଡିଶା ଜୀବିକା ମିଶନ ଭଳି ସବୁ କ୍ଷେତ୍ରରେ କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପଂଚାୟତ ପ୍ରତିନିଧୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡିଶା ଜୀବିକା ମିଶନର ଅଧିକାରୀ, କିନ୍ନର ମାନଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ପ୍ରଶିକ୍ଷଣ ଓ ପରମାର୍ଶ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଶୀତା ରଣା କାର୍ଯ୍ୟକାରି ହେଉଥିବା ଲକ୍ଷଙ୍କଭଦୀ ପ୍ରକଳ୍ପ ଓ ଯୈାନ ସ୍ୱାସ୍ଥ୍ୟ ଓ ସଂକ୍ରମଣ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ । ପୁଣ୍ଣଚନ୍ଦ୍ର ବଡତିଆ, ଭିଏନଡପି କାର୍ଯ୍ୟକ୍ରମ ଯେଉଁଥିରେ ମହାତ୍ମା ଗାନ୍ଧି ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଜୁକ୍ତି କିପରି ଜଳ ବାୟୁ ପରିବର୍ତନ କୁ ଆଖିଆଗରେ ରଖି କିଛି ଉଦାହରଣ ଦେଉ ପ୍ରତିନିଧି ମାନଙ୍କୁ କହିଥିଲେ । ଜିଲ୍ଲା ପରିଷଦ ଅଧକ୍ଷା କିନ୍ନର ମାନଙ୍କ ମୁଖ୍ୟ ସମସ୍ୟା ବାଲିଗୁଡା ରେ ଘର ଓ ଅନ୍ୟାନ୍ୟ ବିଷୟରେ ସରକାରି ସ୍ଥରରେ ଆଲୋଚନା କରିବେ ବୋଲି ପ୍ରତିଶୁତି ଦେଇଥିଲେ । ପଂଚାୟତ ସମିତି ଅଧକ୍ଷ ପଂଚାୟତ ସ୍ଥରରୁ କିନ୍ନର ମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରାଧାନ୍ୟ ଦେଇଥିଲେ । ଆସିଥିବେ ସରପଂଚ ଓ ପନଂଚାୟତ ସିତି ସଭ୍ୟ ଓ ସଭ୍ୟା ଆଗାମି ଦିନରେ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ବନବାସି ଅନୁଷ୍ଠାନର ରବିନ୍ଦ୍ର ପଣ୍ଡା ଶଖୀ କାର୍ଯ୍ୟକ୍ରମ ବିଷୟରେ କହିବା ସହିତ, ସମସ୍ତ କିନ୍ନର ମାନଙ୍କୁ ସହୋଯୋଗ ର ହାତବଢେଇଥିଲେ ଓ ଶାନ୍ତିମୈତ୍ରୀ ଭଗବାନ ଜେନା ଜୀବନ ଜିବିକା ପାଇଁ କହିଥିଲେ ବିଷ୍ଣୁପ୍ରିୟା, ମନିଶା, ସ୍ୱପ୍ନା କିନ୍ନର ସେମାନଙ୍କର ଅନୁଭୁତି ବଖାଣିବା ସହ ବାଲିଗୁଡା ର ୬ ଜଣ କିନ୍ନର ବଂଶି, ରୋହିତ, ବିନାୟକ,ପ୍ରଦୁମ୍ନ, ଦିଲେଶ୍ୱର ଓ ଦିଲ୍ଲିପ ଙ୍କୁ “ସ୍ୱୀକୃତୀ” ଯୋଜନା ତରଫରୁ ଅତିଥି ଙ୍କ ଦ୍ୱାରା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବାଲିଗୁଡା ର ବରିଷ୍ଠ ସାମ୍ବାଦିକ ଶନ୍ତୋଶ କୁମାର ଦାସ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଟ୍ରାନସ୍‌ଜେଣ୍ଡର ମାନଙ୍କୁ କିପରି ମୂଖ୍ୟଶ୍ରୋତ ରେ ସାମିଲ କରିବା ସହିତ, କିପରି ଅନ୍ୟଯୋଜନା ରେ ସୁଫଳ ପାଇବେ ସ୍ୱାତୀ ର ସଂପାଦକ ଗୁରୁତ୍ୱ ଆରୋପ କରିବା ସହିତ ନିଜକୁ ସମାଜ ଆଗରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ । ପ୍ରଦୀପ କୁମାର ସ୍ୱାଇଁ ଟ୍ରାନସଜେଣ୍ଡର ମାନଙ୍କ ଜୀବନ ଶୈଳୀ, ବିବିଧତା ଉପରେ ଏକ ତଥ୍ୟମୁଳକ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମ ରେ ସ୍ୱାତୀ ର କର୍ମୀ ଶରତ ସାହୁ, ଶିତା ରଣା, ହୃଶିକେଶ ଆମାୟତ ଓ କୁଶ ସାନସେଠ ପରିଚାଳନା ରେ ସହୋଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ