ପ୍ରେସ୍‍ କ୍ଲବ ପକ୍ଷରୁ କୃତି ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ମାଟ୍ରିକ୍‍ ପରୀକ୍ଷାରେ କନ୍ଧମାଳ ଜିଲାର ଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ବିଦ୍ୟାଳୟ ମଧ୍ୟରେ ଜିଲାରେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଚାତ୍ରଛାତ୍ରୀ ଏବଂ ଜିଲା ମଙ୍ଗଳ ବିଭାଗ ପକ୍ଷରୁ ପରିଚାଳିତ ଆଶ୍ରମ ବିଦ୍ୟାଳୟ ଗୁଡ଼ିକର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ କନ୍ଧମାଳ ଜିଲା ପ୍ରେସ୍‍ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ପ୍ରେସ୍‍ କ୍ଲବ ସଭାଗୃହ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି 88ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀମତି ନିରୁପମା ଦୋରା, ଜିଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା, ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଂଜନ କହଁର, ବରିଷ୍ଠ ସାମ୍ବାଦିକ ଡ଼.ଅରୁପ ଜେନା, କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା, ଉପସଭାପତି ସୁନିଲ୍‍ ବିଶ୍ୱାଳ ଓ ସ୍ୱାତୀର ସଂପାଦକ ଇଂ.ହରିଶଙ୍କର ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପରି ଅଭିଭାବକମାନଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।ପ୍ରେସ୍‍ କ୍ଲବର ସଭାପତି ସୁନିଲ୍‍ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ଚାତ୍ରୀ ତନୁଶ୍ରୀ ଆଚାର୍ଯ୍ୟ, ଦ୍ୱିତୀୟ ଶ୍ରାବଣୀ ଦାସ ଓ ତୃତୀୟ ଅଙ୍କିତା ଭୋଇ ଏବଂ ମଙ୍ଗଳ ବିଭାଗର ବିଦ୍ୟାଳୟରେ ପ୍ରଥମ ହୋଇଥିବା ଡ଼ଲିମା ପ୍ରଧାନ, ଦ୍ୱିତୀୟ ଶିବାନୀ କହଁର ଏବଂ ତୃତୀୟ ପାର୍ବତୀ ପାଣିଗ୍ରାହୀ ଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର, ଫୁଲତୋଡ଼ା ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଶୋକ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି ଅବସରରେ ପ୍ରେସ୍‍ କ୍ଲବ ପକ୍ଷରୁ ଚଳିତ ମାଟ୍ରିକ୍‍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‍ ହୋଇଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ତାଙ୍କର ବନ୍ଧୁ ତଥା ୬୮ ବର୍ଷର ଦୁର୍ଗମ ଲିଇସିଂ ପଂଚାୟତର ସରପଂଚ ସୁଦର୍ଶନ କହଁରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉଭୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଥିବା ଛାତ୍ରୀ ମାନେ ସେମାନଙ୍କର ଅଭିଜ୍ଞତା  ଉପରେ ମତ ପ୍ରକାଶ କରିଥିଲେ। ପ୍ରେସ୍‍ କ୍ଲବର ସଂପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ