ସରକାରୀ ରାସ୍ତା ପାଶ୍ୱର୍ରୁ ଗଛ କଟାକୁ ନେଇ ଥାନାରେ ଲିଖିତ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ-ଡାବରକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ସଂଯୋଗୀକରଣ ରାସ୍ତା ରହିଅଛି। ଏହି ରାସ୍ତାର ଉଭୟ ପାଶ୍ୱର୍ରେ ସବୁଜ ସେନା ପକ୍ଷରୁ ବିଭିନ୍ନ ମୂଲ୍ୟବାନ ଗଛ ଲଗାଯାଇଛି। କେହି ଦୁର୍ବୃତ ଶନିବାର ବିଳମ୍ବିତ ରାତିରେ ତିରୁଣା ଚାରିଛକ ନିକଟରେ ଥିବା ଆକାଶିଆ ଗଛ ଗୁଡିକ କାଟି ନେଇଥିବା ବେଳେ ଗଛର ଡାଳ ରାସ୍ତା ପାଶ୍ୱର୍ରେ ପଡିଛି। କେତେକ ଗଛ ଡାଳକୁ ନେଇ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପରିସରେ ପକାଇଛନ୍ତି। ପରିବେଶ ସୁରକ୍ଷା ପାଇଁ କେତେକ ସାମାଜିକ କର୍ମୀ ଏକତ୍ରିତ ହୋଇ ଉକ୍ତ ଗଛ ଲଗାଇଥିଲେ। ତେଣୁ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପରିସରରେ ଥିବା ସିସି କ୍ୟାମେରାକୁ ଯାଂଚ କରାଗଲେ କଟାଯାଇଥିବା ଗଛ ଡାଳକୁ କିଏ ଆଣି ସେଠାରେ ପକାଇଛି ତାହା ଜଣାପଡିବ। ତେଣୁ ଏହାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି। ଉକ୍ତ ଅଭିଯୋଗକୁ ଚତୁଭୂଜ ପରିଡା, କମଳକାନ୍ତ ସ୍ୱାଇଁ, ଜ୍ୟୋତିଷ ଚନ୍ଦ୍ର ସ୍ୱାଇଁ, ଚନ୍ଦନ କୁମାର ଲେଙ୍କାଙ୍କ ସ୍ୱାକ୍ଷରରେ ଥାନାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏବିଷୟରେ ଥାନାଧିକାରୀ ସଂଘମିତ୍ରା ନାୟକଙ୍କୁ ପଚାରିବାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ