ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଯୁବ ଦକ୍ଷତା ଦିବସ ପାଳିତ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଟିଆଇର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁୂମାର ପାତ୍ର, ଏକ୍ସିସ ବ୍ୟାଙ୍କ ହିଂଜିଳିକାଟୁ ଶାଖାର ପରିଚଳାକ ଅର୍ଚ୍ଚନା ପ୍ରିୟଦର୍ଶନୀ, ଶୟୀରାମ ଷ୍ଟିଲସ୍ର ପରିଚାଳକ ରବିନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶିକ୍ଷାର୍ଥୀ ମାନେ ନିଜ ଦକ୍ଷତା ବଳରେ କିପରି ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଜର ସାମର୍ଥ୍ୟ କିପରି ହାସଲ କରିପାରିବେ ସେ ନେଇ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ବ୍ଳକର ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ସ୍ଥାନୀୟ ଆଇଟିଆଇକୁ ଆସି ପରିଦର୍ଶନ କରିଥିଲେ । ଶିଳ୍ପତାଲିମ ଅନୁଷ୍ଠାନର ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସ୍ୱଛତା ସମନ୍ଧୀତ ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ଉପସ୍ଥିତ ଅତିଥି, ଆଇଟିଆଇର ଅଧ୍ୟାପକ, କର୍ମଚାରୀ ବୃନ୍ଦ ଓ ଶିକ୍ଷାର୍ଥୀ ମାନେ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କରିବା ସହ ରୋପଣ କରାଯାଇଥିବା ବୃକ୍ଷର ଯତ୍ନ ନେବା ପାଇଁ ଶପଥ କରିଥିଲେ । ଅଧ୍ୟାପକ ଚନ୍ଦ୍ରକାନ୍ତ ଚାନ୍ଦୁଆ, ଜଗଦୀଶ ବାଡ଼ତ୍ୟା, ସୁଶାନ୍ତ କୁମାର ଡ଼ାକୁଆ, ଶଶାଙ୍କ ସାହୁ, ଯୋଗେନ୍ଦ୍ର ସାହୁ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ମୃତ୍ୟୁଂଜୟ ପଟ୍ଟନାୟକ ଧନ୍ୟବାନ ଅର୍ପଣ କରିଥିଲେ ।