ସରକାରୀ ସମ୍ପତ୍ତି ମୁଦ୍ରୀକରଣ ତ୍ୱରାନ୍ୱିତ ହେବ

ନୂଆଦିଲ୍ଲୀ : ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟାସନାଲ ମନିଟାଇଜେସନ ପାଇପଲାଇନ୍‌ (ଏନ୍‌ଏମ୍‌ପି) ପ୍ରୋଗ୍ରାମ୍‌ ଆରମ୍ଭ କରିବାକୁ ଯାଉଛନ୍ତି । ଏନ୍‌ଏମ୍‌ପି କେନ୍ଦ୍ର ସରକାରଙ୍କ ୪ ବର୍ଷର ଯୋଜନାଗୁଡ଼ିକର ହିସାବରୁ ତିଆରି ହୋଇଥିବା ଏକ ଯୋଜନା । ଏନ୍‌ଏମ୍‌ପିରେ ମୋଦି ସରକାର ବ୍ରାଉନ୍‌ଫିଲ୍ଡ ଭିତ୍ତିଭୂମି ସମ୍ପତ୍ତିରୁ ଅର୍ଥ ରୋଜଗାର ପାଇଁ ଉଦ୍ୟମ କରୁଛନ୍ତି । ନିବେଶକଙ୍କୁ ଏନ୍‌ଏମ୍‌ପି ସହାୟତାରେ କୌଣସି ପ୍ରକଳ୍ପ ବାବଦରେ ସମ୍ପୂର୍ଣ୍ଣ ଚିତ୍ର ମିଳିପାରିବ । ଫଳରେ ସରକାରଙ୍କ ସମ୍ପତ୍ତି ଶୀଘ୍ର ବିକ୍ରି ହୋଇପାରିବ । କେନ୍ଦ୍ର ସରକାର ୨୦୨୧-୨୨ ବଜେଟ୍‌ରେ ସରକାରୀ ସମ୍ପତ୍ତି ମୁଦ୍ରୀକରଣ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଘୋଷଣା କରିଥିଲେ । କେନ୍ଦ୍ର ସରକାର ସମ୍ପ୍ରତି କରୋନା କାଳରେ ଆର୍ଥିକ ସଂକଟର ସାମ୍ନା କରୁଛନ୍ତି । ମୋଦି ସରକାର ଦେଶରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ନିମନ୍ତେ ଅର୍ଥ ଯୋଗାଡ଼ର ନୂଆ ରାସ୍ତା ସନ୍ଧାନ କରୁଛନ୍ତି । ଏନ୍‌ଏମ୍‌ପି ବୁକ୍‌ ନୀତି ଆୟୋଗର ଉପାଧ୍ୟକ୍ଷ ଡା. ରାଜୀବ କୁମାରଙ୍କ ଉପସ୍ଥିତିରେ ଜାରି କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ