ସ୍ବର୍ଗତ ମଠ ମହନ୍ତଙ୍କ ସ୍ମୃତି ଚlରଣ , ମଠରେ ଚତୁର୍ଦଶ ମହୋତ୍ସବ ଅନୁଷ୍ଠିତ
ନିମାପଡା (ସନ୍ତୋଷ ଦାଶ ) : ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ଗ୍ରାମସ୍ଥିତ ବୃନ୍ଦାବନବାବା ମଠ ର ମହନ୍ତ ବାବା ବାଳମୁକୁନ୍ଦ ଦାସ ଙ୍କ ର ଗତ 10ତାରିଖ ରେ ଦେହାନ୍ତ ହୋଇଥିଲା l ଆଜି ମଠ ରେ ଭଗବତ ପ୍ରେମୀ ଙ୍କ ଦ୍ୱାରା ସ୍ବର୍ଗତ ବାବା ଙ୍କ ସ୍ମୃତି ଚାରଣ ପାଇଁ ଚତୁର୍ଦଶ ଉତ୍ସବ ଅନୁଷ୍ଠିତ ହୋଇଥିଲା l ପlରମ୍ଭ ରେ ସ୍ବର୍ଗତ ଆତ୍ମା ର ମୋକ୍ଷ ପ୍ରାପ୍ତି ପାଇଁ 1 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଆଶ୍ରମ ପରିସରରେ ନାମ ସଂକୀର୍ତନ ସାଙ୍ଗକୁ ଭଜନ ପରିବେଷଣ କରାଯାଇଥିଲା l ମଠ ଗୃହ ରେ ପଣ୍ଡିତ ସହଦେଵ ମିଶ୍ର ଙ୍କ ଦ୍ୱାରା ଗୀତା ପାଠ କରାଯାଇଥିଲା l ସମଗ୍ର ମଠ ଓ ନିକଟସ୍ଥ ଅଞ୍ଚଳ ଆଧ୍ୟାତ୍ମିକ ପରିବେଶମୟ ହୋଇ ପଡିଥିଲା l ଏହି ଚତୁର୍ଦଶ ସ୍ମୃତି ଦିବସ ରେ ବହୁ ବାବା, ମହନ୍ତ, ଭଗବତ ପ୍ରେମୀ ଯୋଗଦାନ କରି ସ୍ବର୍ଗତ ମହନ୍ତ ଙ୍କ ମୋକ୍ଷପ୍ରାପ୍ତି ପାଇଁ ଠାକୁର ଙ୍କୁ ପ୍ରାର୍ଥନା କରିଥିଲେ l


