ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖ, ବେସରକାରୀ ବେଆଇନ/ନକଲି ସ୍କୁଲ ବନ୍ଦ କରିବା ସହ ଜିଲ୍ଲା ସ୍କୁଲ ମିଶ୍ରଣ କମିଟି (DLSCC) କୁ ସଂlସଦ, ବିଧାୟକ ଓ ନିର୍ବାଚିତ ପଂଚାୟତି ରାଜ ଲୋକ ପ୍ରତିନିଧି, ଅଭିଭାବକ ମହାସଂଘ ଓ ଗ୍ରାମ୍ୟ କମିଟିଙ୍କୁ ନେଇ ଆଲୋଚନା କର !
ଛତ୍ରପୁର,(ଦେବଦତ୍ତ ମହାରଣା) : ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ ରୁ କମ ଛାତ୍ର ଓ ଛାତ୍ରୀ ଥିବା ୭୭୭୨ ରୁ ଉର୍ଧ୍ଵ ଚାଲୁଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି l ଏହାକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଅl ଯାଇଥିବା ନିଷ୍ପତିକୁ ତୁରନ୍ତ ମାନିନେବା ପାଇଁ ଓଡିଶା ଅଭିଭାବକ ମହାସଂଘ ସାରା ଓଡ଼ିଶାରେ ଦାବି କରୁଛି l ଆଜି ଗଂଜାମ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ ) ଅମୀୟ କୁମାର ସାହୁଙ୍କୁ ଛତ୍ରପୁର ଠାରେ ଭେଟି ଏକ ଦାବି ପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏହି ଦାବି ଦୋହରେଇଛନ୍ତି l ସରକାର ଓ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀ ମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏକ ରିପୋର୍ଟ ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଛି l
1) ସର୍ବ ଦଳୀୟ ବୈଠକର ନିଷ୍ପତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିସ୍ପତିକୁ ସ୍ଥଗିତ ରଖାଯାଉ ।
2) ପ୍ରାୟ 8000-10000 ନକଲି ଵା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି ସ୍କୁଲ ମାଲିକଙ୍କ ବିରୁଦ୍ଧରେ FIR ଦିଆଯାଇ ଗିରଫ କରାଗଲେ ଆଉ ନୂଆ ସ୍କୁଲ ବେଆଇନ ଭାବେ ଚାଲି ପାରିବ ନାହିଁ
3. ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟି-District Level School Consolidation Committee(DLSCC) କୁ ପୁନଃ ଗଠନ କରାଯାଇ ସଂସଦ, ବିଧାୟକ, ପଂଚାୟତି ରାଜ ନିର୍ବାଚିତ ଜଣ ପ୍ରତିନିଧି, ଶିକ୍ଷାବିତ ଓ ଅଭିଭାବକ ମହାସଂଘ ପରି ସଂଘ ମାନଙ୍କୁ ନିଆଯାଉ ବୋଲି ମଧ୍ୟ ଦାବୀ ପତ୍ର ରେ ଦର୍ଶାଯାଇଛି l ଏହି ଦାବୀ ପତ୍ର ପ୍ରଦାନ ବେଳେ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ଙ୍କ ସହିତ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ, ଜିଲ୍ଲା ଆବାହକ ମଧୁସୂଦନ ସାହୁ, ଉପଧାକ୍ଷ ଜି. ରାଜେନ୍ଦ୍ର ପ୍ରସାଦ, ସୂର୍ଯ୍ୟନାରାୟଣ ଜେନା, ଭବାନୀ ଜେନା, ବାଳକୃଷ୍ଣ ସାମନ୍ତରାୟ, ଗୌରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l