ସରକାରୀ ସ୍ଥାନରେ ପଡୁଛି ଲକ୍ଷାଧିକ ଇଟା ପ୍ରଶାସନ ନେଉନାହିଁ ପଦକ୍ଷେପ

ନାଉଗାଁ,(ଓ୍ବାଇଏନ୍ଏସ୍): ସରକାରୀ ସ୍ଥାନରେ ଇଟା ପଡିବାର ନିୟମ ରହି ନଥିବା ବେଳେ ନାଉଗାଁ ବ୍ଳକରେ ବିଭିନ୍ନ ସରକାରୀ ଜମିରେ ଇଟା ପଡୁଥିବା ଦେଖିବାକୁ ମିଳିଛି । ଏହି ବିଷୟରେ ପ୍ରଶାସନ ଜାଣି ମଧ୍ୟ ନ ଜାଣିଲା ପରି କାର୍ଯ୍ୟ କରୁଥିବା ମନେ ହେଉଛି । ସରକାରୀ ସ୍ଥାନରେ ଇଟା ପକାଇବା ଓ ପୋଡିବାର ନିୟମ ନଥିବା ବେଳେ କିପରି ଇଟା ମାଫିଆମାନେ ଲକ୍ଷାଧିକ ଟଙ୍କାର ଇଟା ପକାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାଉଗାଁ ବ୍ଳକରେ ବହୁ ସଂଖ୍ୟକ ଇଟା ଭାଟି ସରକାରୀ ସ୍ଥାନରେ ଚାଲିଥିବା ଜଣାଯାଇଛି । ଇଟା ଭାଟି ପୋଡିବାକୁ ହେଲେ ତହସିଲର ଅନୁମତି ନେବା ସହିତ ଜନବସତି, ବିଦ୍ୟାଳୟ ରାସ୍ତା ପାଶ୍ୱର୍ ରୁ ଦୁରେଇ ପକାଇବାର ନିୟମ ରହିଛି । କିନ୍ତୁ ଏଥିପ୍ରତି ଇଟା ମାଫିଆ ଓ ପ୍ରଶାସନ ଦୃଷ୍ଟି ନଦେବାରୁ ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି ହେଉଥିବା ଜଣାଯାଇଛି । ଏହି ବ୍ଳକର ବାଂଶ ଠାରୁ ଶିଖରକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାର ପାର୍ଶ୍ୱରେ ପାଟେଣୀଗାଁ-ବୋଦଳ ନିକଟରେ ଥିବା ଏକ ସରକାରୀ ସ୍ଥାନରେ ଲକ୍ଷାଧିକ ସଂଖ୍ୟକ ଇଟା ପ୍ରତି ବର୍ଷ ପୋଡା ଚାଲିଛି । ସେହିପରି ପୂର୍ତ ବିଭାଗର ନାଉଗାଁ-ତେଲସରା ରାସ୍ତା ପାଶ୍ୱର୍ରେ ଚାନ୍ଦପୁରା ନିକଟରେ ଇଟା ପଡୁଥିବାର ଦେଖିବାକୁ ମିଳିଛି । ରାସ୍ତା ପାଶ୍ୱର୍ରେ ଇଟା ପଡୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ । କେବଳ ନାମକୁ ମାତ୍ର ନୂଆପାରୀ ରାଜସ୍ୱ ନିରୀକ୍ଷକ ବେଆଇନ ଇଟାଭାଟି ଉପରେ ୧୪ଟି ଓ ଡେରିକି ରାଜସ୍ୱ ନିରିକ୍ଷକ ୨ଟି ମିସ୍‌କେଶ କରି ଚୁପ ହୋଇ ବସିଥିବା ଜଣାଯାଇଛି । ନାଉଗାଁ,ଡେରିକି,ଜାମୁଗାଁ, ଶିଖର ରାଜସ୍ୱ ସର୍କଲରେ ଲକ୍ଷାଧିକ ଇଟା ପଡୁଥିଲେ ମଧ୍ୟ ରାଜସ୍ୱ ନିରୀକ୍ଷକମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବିଷୟରେ ନାଉଗାଁ ତହସିଲ ସୁପରଭାଇଜର ବସନ୍ତ କୁମାର ଦାସଙ୍କୁ ପଚାରିବାରୁ ଏହି ସବୁ ସ୍ଥାନରେ ଇଟା ପଡୁଥିବା ଆମ ନଜରରେ ନାହିଁ । ମଙ୍ଗଳବାର ଦିନ ଏହି ସବୁ ସ୍ଥାନରେ ଚଢାଉ କରାଯିବ ବୋଲି କହିଥିଲେ । ପରିବା ବ୍ୟବସାୟୀଙ୍କ କବଜାରେ ରହିଛି ଗଙ୍ଗଦାହାଟ ଯାତ୍ରୀ ବିଶ୍ରାମଗାର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ