ସରକାର ଶୁଣିଲେନି ସଞ୍ଚୟ ପାଣ୍ଠିରୁ ମୋଟର କର୍ମଚାରୀ ପାଇଲେ ଅତ୍ୟାବଶ୍ୟକ ସାମଗ୍ରୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ବହୁ ଅନୁରୋଧ ପରେ ସୁଦ୍ଧା ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦ୍ୱାରା କୌଣସି ସାହାର୍ଯ୍ୟ ମିଳିଲା ନାହିଁ । ଶେଷରେ ନିଜସ୍ୱ ସଂଚୟ ପାଣ୍ଠି ବିନିଯୋଗ କରି ମୋଟର କର୍ମଚାରୀ ମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଥିବା ଜଣାଯାଇଛି । ମୋଟର କର୍ମଚାରୀ ସଂଘର ସଭାପତି ପି.କ୍ରିଷ୍ଣା,ଉପସଭାପତି ରାମକୃଷ୍ଣ ନାୟକ,ସାଧାରଣ ସମ୍ପାଦକ ପି.ସୀମାଦ୍ରୀ,ସମ୍ପାଦକ ବେଣୁଗୋପାଳ ରାଓ,କୋଷାଧ୍ୟକ୍ଷ କୋଟାଗିରି ପ୍ରମୁଖ କହିଛନ୍ତି,କରୋନା ଯୋଗୁଁ ଲକ୍‌ଡାଉନ୍ ଘୋଷଣାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଗତ ଦୀର୍ଘ ଦିନ ଧରି ବନ୍ଦ ରହିଛି । ଏହା ଦ୍ୱାରା ମୋଟର କର୍ମଚାରୀ ମାନଙ୍କ ଜୀବନଜିବୀକା ସମ୍ପୁର୍ଣ୍ଣ ରୁପେ ଠପ୍ ହୋଇଯାଇଛି । ଅର୍ଥାଭାବରେ ସନ୍ତୁଳିତ ଥିବା ମୋଟର କର୍ମଚାରୀମାନେ ସାହାର୍ଯ୍ୟ ପାଇଁ ସରକାର ଓ ପ୍ରଶାସନକୁ ବାରମ୍ବାର ଅନୁରୋଧ ଜଣାଇଲେ । ହେଲେ କୌଣସି ସାହାର୍ଯ୍ୟ ନ ମିଳିବା ମୋଟର କର୍ମଚାରୀ ସଂଘ ତରଫରୁ ପୁର୍ବରୁ ସଞ୍ଚୟ କରାଯାଇଥିବା ପାଣ୍ଠିକୁ ବିନିଯୋଗ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦିଆଯାଇଛି । ସାମାଜିକ ଦୁରତାକୁ ପାଳନ କରାଯାଇ ସଂଘର ୧୩୦ ଜଣ ପ୍ରତିନିଧିଙ୍କୁ ଆଜି ଜଣକ ପିଛା ୨୫ କିଲୋ ଚାଉଳ,ଡାଲି,ଆଳୁ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ