ସରପଂଚ ପ୍ରାର୍ଥୀ ଓ ସମିତିସଭ୍ୟ ପ୍ରାର୍ଥିନୀଙ୍କ ପ୍ରଚାର ଜୋରଦାର

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବାଜିମାତ୍ ମାରିବା ପାଇଁ ସମସ୍ତ ପ୍ରାର୍ଥୀ ମାନେ ଋଣ କୌଶଳ ଆରମ୍ଭ କରିସାରିଛନ୍ତି । ଆସନ୍ତା ୨୦ ତାରିଖରେ ଛତ୍ରପୁର ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ସମସ୍ତ ପ୍ରାର୍ଥି ମାନେ ପଂଚାୟତରେ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଂଚାୟତର ସରପଂଚ ପ୍ରାର୍ଥୀ ଜିତେନ୍ଦ୍ର କୁମାର ନାୟକ ଓ ସମିତିସଭ୍ୟ ପ୍ରାର୍ଥିନୀ ଚୁମକି ସେଠି ମଧ୍ୟ ଆର୍ଯ୍ୟପଲ୍ଲୀ ପଂଚାୟତରେ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଗୁରୁବାର ଆର୍ଯ୍ୟପଲ୍ଲୀ ପଂଚାୟତର ସାନ ଆର୍ଯ୍ୟପଲ୍ଲୀ ଓ ବଡ ଆର୍ଯ୍ୟପଲ୍ଲୀ ଗ୍ରାମରେ ନିଜ ଶହ ଶହ ସମର୍ଥକ ମାନଙ୍କ ସହ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଆର୍ଯ୍ୟପଲ୍ଲୀ ପଂଚାୟତର ସର୍ବାଙ୍ଗୀନ ବିକାଶ କରିବା ସହିତ ମତ୍ସ୍ୟଜିବୀଙ୍କ ମାନଙ୍କ ସମସ୍ତ ସୁବିଧା ଅସୁବିଧାରେ ନିଜକୁ ସାମିଲ କରିବାର ପ୍ରତିଶୃତି ଦେଇ ନିଆରା ଢଙ୍ଗରେ ହାତରେ ମାଛ ଚିହ୍ନ ଧରି ଘରକୁ ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ସାନ ଆର୍ଯ୍ୟପଲ୍ଲୀ ଗ୍ରାମରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଆର୍ଯ୍ୟପଲ୍ଲୀ ପଂଚାୟତର ସମସ୍ତ ଗ୍ରାମ ପରିଭ୍ରମଣ କରି ଲୋକମାନଙ୍କୁ ଭୋଟ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ