ସରପଞ୍ଚଙ୍କୁ ମିଳୁନି ଦାୟିତ୍ୱ, ଆନ୍ଦୋଳନ କରିବାକୁ ଚେତାବନୀ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କୁ ଆଜି ପର୍ଯ୍ୟନ୍ତ ପୁର୍ବତନ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର କରୁନଥବବାରୁ ନୁତନ ସରପଞ୍ଚ କେବଳ ଶଖି କଣ୍ଢେଇ ସାଜି କାର୍ଯ୍ୟାଳୟକୁ ଯାଇ ବସି ବସି ଫେରୁଛନ୍ତି । ଏନେଇ ସେମାନେ ବିଡିଓଙ୍କୁ ଜଣାିଥିଲେ ମଧ୍ୟ ବ୍ଲକ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ବାଙ୍ଗୋର ପଞ୍ଚାୟତରେ କେତେଜେଣ ହିତାଧିକାରୀ ଭତ୍ତା ପାଉଛନ୍ତି, କେତେ ହିତାଧିକାରୀ ରେସନ ସାମଗ୍ରୀ ପାଉଛନ୍ତି, ପଞ୍ଚାୟତ ଜମା ବହିରେ କେତେ ଟଙ୍କା ଗଚ୍ଛିତ ଅଛି ତାହାର କୌଣସି ହିସାବ ନିର୍ବାହୀ ଅଧିକାରୀ ଦେଉ ନାହାନ୍ତି । ଏପରିକି ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଡାକିଲେ ମଧ୍ୟ ସେ କାର୍ଯ୍ୟାଳୟକୁ ଯାଉ ନାହାନ୍ତି । ଯୋଗାଣ ବିଭାଗ ଦାୟିତ୍ୱ ପଞ୍ଚାୟତ ହାତରେ ଥିବାବେଳେ ଭିନ୍ନ ଲୋକଙ୍କ ଦ୍ୱାରା ପିଇଓ ତାହାକୁ ବଣ୍ଟନ କରାଇବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ସେ ସରପଞ୍ଚଞ୍ଚଙ୍କୁ ଏ ବାବଦରେ ଜଣାଉ ମଧ୍ୟ ନାହାନ୍ତି ବୋଲି ସରପଞ୍ଚ ଅଙ୍କିତା ପଢ଼ିଆରୀ ଅଭିଯୋଗ କରିଛନ୍ତି । ବ୍ଲକ ପ୍ରଶାସନ ତୁରନ୍ତ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକଲେ ବାଧ୍ୟହୋଇ ୱାଡସଭ୍ୟ ସଭ୍ୟାଙ୍କ ସହ ମିଶି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି ।