ସରପଞ୍ଚଙ୍କ ବିରୋଧରେ ସମାଜସେବୀଙ୍କ ଏତଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଳକର ବଣ୍ଡଗୁଡ଼ା ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅଞ୍ଚଳର ଯୁବ ସମାଜସେବୀ ବିଜୟ ସାହୁ ଏକ ଏତଲା ଦେଇଛନ୍ତି।ଖବର ପ୍ରକାରେ, ଉକ୍ତ ପଂଚାୟତର କପୁଗୁଡ଼ା ଓ ମଗଡ଼ିଗାଁକୁ ବସୁଧା ଯୋଜନାରେ ସାମିଲ କରାଯିବା ସହିତ କାମ ତ୍ୱରାନ୍ୱିତ ହେଉଥିଲା। ପୁନଃ ୨୦୨୦-୨୧ ଆର୍ଥିକ ବର୍ଷରେ ଉକ୍ତ ଗ୍ରାମରେ ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ସୋଲାଣ ପମ୍ପ ୱାଟର ସପ୍ଳାଇ ପାଇଁ ଅର୍ଥ ମଂଜୁର ହୋଇଥିବା ବେଳେ ଗୋଟିଏ ଗ୍ରାମର ୨ଟି ପ୍ରକଳ୍ପ ମଂଜୁର ନେଇ ସମାଜସେବୀ ଜଣକ ଏ ସଂପର୍କରେ କ.ନୂଆଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିଥିଲେ। ବି.ଡ଼ି.ଓ ଏହା ଜାଣିବା ପରେ ସୋଲାର୍‍ ପମ୍ପ ୱାଟର ସପ୍ଳାଇ ପ୍ରକଳ୍ପ ବାବଦରେ ତଦନ୍ତ ଆରମ୍ଭ କରିଥିଲେ। ତେବେ ଏନେଇ ସରପଂଚ ଅସନ୍ତୋଷ ପ୍ରକାଶ କରିବା ସହିତ କେତେକ ଲୋକଙ୍କ ଉସୁକାଇ ନିଜେ ସରପଂଚଙ୍କ ନେତୃତ୍ୱରେ ତାଙ୍କ ଘରପାଖରେ ପହଞ୍ଚି ପାଟିତୁଣ୍ଡ କରିବା ସହିତ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଗାଳିଗୁଳଜ କରିବା ସହିତ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଇଥିବା ସମାଜସେବୀ ଜଣକ ଏତଲାରେ ଦର୍ଶାଇଛନ୍ତି। ଏନେଇ ସାରଙ୍ଗଡ଼ ଥାନାରେ ସେ ଲିଖିତ ଭାବେ ଏକ ଏତଲା ଦେଇଥିବାର ଜଣାଯାଇଛି। ତେବେ ସମାଜସେବୀଙ୍କ ଅଭିଯୋଗ ପ୍ରକାରେ, ପଂଚାୟତର ସରପଂଚ ସଙ୍ଗୀତା ନାୟକଙ୍କୁ ପଚାରିବାରେ ସେ କୌଣସି ପ୍ରକାର ଗଣ୍ଡୋଗୋଳ କରିନାହାନ୍ତି, କେବଳ ଘଟଣା ପଚାରିଥିବା ପ୍ରକାଶ କରିଛନ୍ତି। ସେ ସମସ୍ତ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ଓ ପୁଲିସକୁ ସଂପୂର୍ଣ୍ଣଭାବେ ସହଯୋଗ କରିବି ବୋଲି ମଧ୍ୟ ସରପଂଚ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ