ସରପଞ୍ଚଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ୍

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗୋପାଳପୁର ବନ୍ଦର ସୁରକ୍ଷା କର୍ମୀମାନଙ୍କୁ ଆକ୍ରମଣ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ସ୍ୱାମୀ ତଥା ଓଡିଶା ମତ୍ସ୍ୟଜୀବୀ ଫୋରମର ରାଜ୍ୟ ଉପସଭାପତି ଏମ୍‌.ଗୁମାଲୀଙ୍କ ଜାମିନ୍ ମଞ୍ଜୁର ହୋଇଯାଇଛି । ବୁଧବାର ଛତ୍ରପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ ସ୍ୱାଗତି ଦାଶ ୩୫ ହଜାର ଟଙ୍କା ସହିତ ଦୁଇଜଣ ବ୍ୟକ୍ତିଗତ ମୁଚାଲିକାରେ ଏମ୍‌.ଗୁମାଲୀଙ୍କ ଜାମିନ୍ ମଞ୍ଜୁର କରିଛନ୍ତି । ଏଭଳି କାର୍ଯ୍ୟରେ ନିୟୋଜିତ ନ ରହିବା ପାଇଁ ମଧ୍ୟ ଅତିରିକ୍ତ ଜିଲା ଜଜ୍ ନିର୍ଦ୍ଦେଶ ଜାରି କରିଛନ୍ତି । ଏମ୍‌.ଗୁମାଲୀଙ୍କ ପକ୍ଷରୁ ଓକିଲ ସୁରେଶ କୁମାର ସେନାପତି ମାମଲା ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଯେ, ଗତ ୧୦ ତାରିଖରେ ଗୋପାଳପୁର ବନ୍ଦର ପରିସରରେ ସୁରକ୍ଷା କର୍ମୀମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପକ୍ଷରୁ ଏମ୍‌.ଗୁମାଲୀଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିଲା । ଆଜି ଜେଲରୁ ମୁକୁଳିବା ପରେ ଉକ୍ତ ଦିନରେ କୌଣସି କାରଣ ଜନିତ ସୁରକ୍ଷା କର୍ମୀମାନଙ୍କ ସହିତ ପଞ୍ଚାୟତର କିଛି ଯୁବକଙ୍କ ସହ ମତାନ୍ତର ହୋଇଥିଲା । ଏହାକୁ ମୁଁ ସରପଞ୍ଚଙ୍କ ସ୍ୱାମୀ ହିସାବରେ ବୁଝାସୁଝା କରିବା ପାଇଁ ଯାଇଥିବା ବେଳେ ବିରୋଧ ଗୋଷ୍ଠୀର କିଛି ରାଜନୈତିକ ବ୍ୟକ୍ତିଙ୍କ ଚକ୍ରାନ୍ତରେ ମୋ ନା’ରେ ମିଥ୍ୟା ମାମଲା ଲଦି ଦିଆଯାଇଛି ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ