ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚକ୍ରୋଡ଼ା ପଞ୍ଚାତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ତନୁଜା ନାୟକ ଓ ସମିତିସଭ୍ୟ ଝୁନିପ୍ରଭା ରାଉତ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି । ପ୍ରଚାର ସମୟରେ ଉଭୟ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିର୍ବାଚନ ରଣାଙ୍ଗନକୁ ଆସିଛୁ । ଏଥିସହ ଏହି ଅଞ୍ଚଳର ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ଆମକୁ ରାଜନୀତିକୁ ଆସିବାକୁ ଉତ୍ସାହିତ କରିଛନ୍ତି । ସେମାନେ କହିଛନ୍ତି ଏହି ପଞ୍ଚାୟତରେ ପ୍ରବଳ ଚୋରା ମଦ ବିକ୍ରି କରାଯାଏ । ହେଲେ ଏବେ ଏହି ପଞ୍ଚାୟତକୁ ମଦମୁକ୍ତ ପଞ୍ଚାୟତରେ ପରିଣତ କରିବା ପାଇଁ ଆମେ ଶପଥ ନେଇଛୁ । ଏହି ବାତ୍ତାନେଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛୁ ବୋଲି ଉଭୟ ପ୍ରକାଶ କରିଛନ୍ତି । ଏହାସହ କରୋନା ସମୟରେ ଏହି ପଞ୍ଚାୟତରେ ବହୁ ଦୁର୍ନିତୀ ହୋଇଥିଲା । ତାହାର ତଦନ୍ତ କରାଯାଇ ସାଧାରଣ ଲୋକଙ୍କ ଅର୍ଥ କିପରି ସରକାରୀ ତହବିଲକୁ ଫେରିବ ସେ ସଚେତନତା ବାର୍ତ୍ତା ଆମେ ଲୋକମାନଙ୍କୁ ଦେଉଛୁ ବୋଲି ସେମାନେ କହିଛନ୍ତି ।


