ସରପଞ୍ଚ ଓ ସମିତି ପଦବୀ ପାଇଁ ଚୂଡାନ୍ତ ସଂରକ୍ଷଣ ପଦବୀ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କମିଶନର ଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକର ସରପଞ୍ଚ ପଦବୀ ପାଇଁ ୨୦୨୨ ନିର୍ବାଚନ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ବୁଗୁଡା ବ୍ଲକର ୨୧ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ନିମ୍ନ ପ୍ରକାରେ ସଂରକ୍ଷଣ ହୋଇଅଛି । ଅନ୍ତରପଡା, କରସିଙ୍ଗି, କଲମ୍ବ, ତାକାରଡା, ଭାଗବାନପୁର, ଭାମସିଆଳି, ଓ ଶଙ୍କରୁ ମୋଟ ୭ ଟି ପଞ୍ଚାୟତ ସରପଞ୍ଚ ପଦବୀ ଅନସଂରକ୍ଷଣ ରହିଥିବା ବେଳେ ଯେକୌଣସି ବର୍ଗର ଯୋଗ୍ୟ ପୁରୁଷ ଓ ମହିଳା ବ୍ୟକ୍ତି ପ୍ରାର୍ଥୀ ହୋଇପାରିବେ । ସେହିପରି ଅରଖପୁର, ଆଶ୍ରମ କରଡ଼ାବାଡ଼ି, ଗୋଳାବନ୍ଧ, ଗୌଡ଼ିଆ ବୋରଦା, ପାଙ୍ଗିଡ଼ି, ପୋଚାଲୁଣ୍ଡି, ବାଲିପଦର, ଓ ବି.କରଡ଼ାବାଡ଼ି ମୋଟ ୮ ଟି ପଞ୍ଚାୟତର ସରପଞ୍ଚ ପଦବୀ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଯେକୌଣସି ବର୍ଗର ଯୋଗ୍ୟ ମହିଳା ପ୍ରାର୍ଥୀ ହୋଇପାରିବେ । ଗୋଲିଆ, ମାଣିତରା ଓ ମୋଟାବାଡ଼ି ୩ ଟି ପଞ୍ଚାୟତ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ହରିଜନ ଶ୍ରେଣୀର ଯୋଗ୍ୟ ପୁରୁଷ ଓ ମହିଳା ପ୍ରାର୍ଥୀ ହୋଇପାରିବେ । କରଚୁଲି, ଖୋଳଖାଳି, ଓ ବିରଞ୍ଚିପୁର ୩ ଟି ପଞ୍ଚାୟତ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ବେଳେ କେବଳ ଯୋଗ୍ୟ ହରିଜନ ଶ୍ରେଣୀର ମହିଳାମାନେ ହିଁ ପ୍ରାର୍ଥୀ ହୋଇପାରିବେ । ଅନୁସୂଚିତ ଜନଜାତିଙ୍କ ଙ୍କ ପାଇଁ ସରପଞ୍ଚ ପଦବୀ ପାଇଁ ସଂରକ୍ଷଣ ନଥିବା ବେଳେ ୧୧ ଟି ପଞ୍ଚାୟତରେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଅଛି । ସେହିପରି ସମିତି ସଭ୍ୟ ସଭ୍ୟା ପାଇଁ ଅଣସଂରକ୍ଷଣ ୮ ଟି ପଞ୍ଚାୟତ ହେଲା କରଚୁଲି, କରସିଙ୍ଗି, କଳମ୍ବ, ଗୋଳାବନ୍ଧ, ଗୋଲିଆ, ମାଣିତରା, ମୋଟାବାଡ଼ି ଓ ଶଙ୍କରୁ । ମହିଳାଙ୍କ ପାଇଁ ସଂରକ୍ଷିତ ୮ ଟି ପଞ୍ଚାୟତ ହେଲା ଅରଖପୁର, ଅନ୍ତରପଡା, ଖୋଳଖାଳି, ଗୌଡ଼ିଆବୋରଦା, ପାଙ୍ଗିଡ଼ି, ବାଲିପଦର, ବିରଞ୍ଚିପୁର ଓ ଭାମସିଆଳି । ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ୨ ଟି ପଞ୍ଚାୟତ ହେଲା ପୋଚାଲୁଣ୍ଡି ଓ ଭାଗବାନପୁର । ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ୨ ଟି ପଞ୍ଚାୟତ ହେଲା ଏ.କରଡ଼ାବାଡି ଓ ବି.କରଡ଼ାବାଡି । ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧ ଗୋଟି ତାକରଡା ପଞ୍ଚାୟତ ସଂରକ୍ଷଣ ରହିଅଛି । ସେହିପରି ବୁଗୁଡା ବ୍ଲକ ଅଧ୍ୟକ୍ଷ ପଦବୀ ଅନସଂରକ୍ଷଣ ରହିଅଛି ।


