ସରପଞ୍ଚ, ନାଏବ ସରପଞ୍ଚ, ୯ ଓ୍ବାର୍ଡ ସଭ୍ୟଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦେଲେ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ପଞ୍ଚାୟତର ସରପଞ୍ଚ, ଓ୍ବାର୍ଡ ସଭ୍ୟଙ୍କ ସମେତ କିଛି ନେତୃବୃନ୍ଦ ଗତ ସାଧାରଣ ନିର୍ବାଚନର ପୂର୍ବରୁ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ। ଗତ ୨୪ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପ୍ରଥମଥର ଲାଗି ବିଜେପି ସରକାର ଗଠନ କରିଛି। ସରକାର ଗଠନର ୭ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଦେଇଥିବା ପ୍ରତିଶୃତି ପୁରଣ କରିବାରେ ଅସର୍ମଥ ହୋଇପଡଛି। ଦରଦାମ ଆକାଶଛୁଆଁ,ବେକାରୀ ବୃଦ୍ଧି ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ସାଂଗଠନିକ ଦାୟିତ୍ୱ ପ୍ରଦାନ କରିବା ଓ ଦିନକୁ ଦିନ ଆଇନଶୃଙ୍ଖଳା ବିଗିଡି ଯିବା ସହ ବିକାଶ ଶୁନ ବୋଲି କହିଛନ୍ତି। ନବୀନ ବାବୁଙ୍କ ନେତୃତ୍ଵ ଓ ବିଜୁ ଜନତାଦଳର ଆଦର୍ଶରେ ଅନୁପ୍ରାଣୀତ ହୋଇ ବୁରୁପୋଡା ପଞ୍ଚାୟତର ସରପଞ୍ଚ ସନ୍ତୋଷୀ କୁମାରୀ ବେହେରା, ନାଏବ ସରପଞ୍ଚ ରଞ୍ଜନ ସ୍ବାଇଁ, ୯ ଓ୍ବାର୍ଡ ସଭ୍ୟ, ସଭ୍ୟା ପୁନମ ପାଳ, ଉମାରାଣୀ ପୋଲାଇ, ଜୟନ୍ତୀ ସାହୁ, ଅଭିମନ୍ୟୁ ଖଟେଇ, ଶରତ ଚନ୍ଦ୍ର ପଣ୍ଡା, ପିଙ୍କି ମୁନି, ଗଣେଶ ସେଠି, ପାଣ୍ଡି ପ୍ରଧାନ, ନିର୍ମଳା ବେହେରାଙ୍କ ସମେତ ବହୁ ବିଜେପି କର୍ମୀ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ଵରେ ଶନିବାର ଭୂବନେଶ୍ବରରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରିଥିଲେ। ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକ ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ହିଞ୍ଜିଳି ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ହିଞ୍ଜିଳିକାଟୁ ବ୍ଳକ ବିଜେଡି ସଭାପତି ଦୁର୍ଗାମାଧବ ମହାନ୍ତି, ଯୁବ ନେତା ଅନିଲ କୁମାର ସ୍ବାଇଁ, ବୁରୁପଡା ସମିତି ସଭ୍ୟ ବସନ୍ତ ସେଠି, ଶିବାନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ