ସରପଞ୍ଚ ପାଇଁ ଆକଳନ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ରାଜନୈତିକ ସରଗରମ ଆରମ୍ଭ ହୋଇଯାଇଛି । ଏନେଇ ପ୍ରାକ୍ ଆକଳନରେ କିଏ ସରପଞ୍ଚ ପଦବୀ ହାତୋଇବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଲଡା ଗ୍ରାମପଞ୍ଚାୟତ କଂଗ୍ରେସର ଦୁର୍ଗ ଭାବେ ବେସ ପରିଚିତ ଥିଲା । ଆସନ୍ତା ପଞ୍ଚାୟତ ନିର୍ବାଚନ ଏଠାରେ ରୋଚକ ହେବାକୁ ଯାଉଛି । ପୂର୍ବନୁମାନ କଲେ ଜଣାପଡୁଛି ଆଗାମୀ ନିର୍ବାଚନରେ ଏହି ଆସନରେ ବିଜେଡିର ପଲାଭାରି ରହିବ । କାରଣ ଏଠାରେ କାଶୀନଗର ବ୍ଲକର ପୋଖତ ପୁର୍ବତନ କଂଗ୍ରେସ ନେତା ଗାବରା ତିରୁପତି ରାଓଙ୍କ ମତରେ ଆଗାମୀ ନିର୍ବାଚନରେ ଏଠାରେ ବିଜେଡି ପକ୍ଷରେ ଯିବ । ହାଇଟେକର ଅଧ୍ୟକ୍ଷ ବର୍ତ୍ତମାନ ବିଜେଡିରେ ସାମିଲ ହୋଇଥିବା ଯୋଗୁଁ ଆଗାମୀ ସରପଞ୍ଚ ନିର୍ବାଚନରେ ବିଜେଡିର ଜିତାପଟ ହେବା ଅଧିକ ସମ୍ଭାବନା ରହିଛି । ଗତ ସାଧାରଣ ନିର୍ବାଚନରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା । ଆଲଡାରେ ମୋଟ ୩୦୧୨ ଭୋଟ ମଧ୍ୟରୁ ଗତ ବିଧାନସଭା ନିର୍ବାଚନରେ ବିଜେପିକୁ ୮୫୦ ଭୋଟ ପାଇଥିଲା । ସ୍ୱାଧୀନ ପ୍ରାର୍ଥୀ ଥିବା ଡ.ତିରୁପତି ପାଣିଗ୍ରାହୀ ୭୦୦ରୁ ଉର୍ଦ୍ଧ, ବିଜେଡିକୁ ୪୦୦ରୁ ଉର୍ଦ୍ଧ ଭୋଟ ଏବଂ ୨୦୦ରୁ ଉର୍ଦ୍ଧ ଭୋଟ କଂଗ୍ରେସ ସପକ୍ଷରେ ଯାଇଥିଲା । ବର୍ତ୍ତମାନ କଂଗ୍ରେସର ଦୁର୍ଗ କୁହାଯାଉଥିବା ଅଲଡା ଗ୍ରାମ ପଞ୍ଚାୟତ ଦୁର୍ଗ ଭୁଷୁଡି ପଡିଛି । ସଂଗଠନ ନାହିଁ । ଏପଟେ ସ୍ୱାଧୀନରୁ ବିଜେଡିକୁ ଚାଲି ଯାଇଥିବା ନେତା ଓ କଂଗ୍ରେସର କର୍ମୀମାନଙ୍କୁ ମିଶାଇଲେ ବିଜେଡିର ପଲ୍ଲାଭାରି ଜଣାପଡୁଛି । ତେବେ ରାଜନୈତିକ ସମୀକରଣ କଣ ହେଉଛି ଦେଖିବାକୁ ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସେଠାରେ ନିଶ୍ଚିତ ବିଜେଡି ସପକ୍ଷରେ ଯିବ ବୋଲି ବିଜେଡି ନେତା ଜି.ତିରୁପତି ରାଓ ଦୃଢକ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ