ସରପଞ୍ଚ ରୋକିବେ ପାନ ଗୁଟଖା ବିକାବାଲାଙ୍କର ହେବ ସ୍ବାବ୍ ପରୀକ୍ଷା

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ  । କରୋନା ମୁକାବିଲା ପାଇଁ  ଗାଁ ଗହଳିରେ ବିକ୍ରି ହେଉଥିବା ପାନ,ଗୁଟଖା,ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ କହିଛନ୍ତି  । କେହି ବି ଅମାନ୍ୟ କଲେ ସରପଞ୍ଚ ମାନେ ଥାନାରେ ଏତେଲା ଦେବେ  । ଅବହେଳା କଲେ ସରପଞ୍ଚ ମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିଲ୍ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି  । ଏଥି ସହିତ କ୍ଷୁଦ୍ର ବ୍ୟବସାୟୀ କିମ୍ବା ଅନ୍ୟାନ୍ୟ ବିକାବାଲା ଯେଉଂ ମାନଙ୍କ ବ୍ୟବସାୟ ସ୍ଥାନରେ ଅଧିକ ଗହଳି ହେଉଛି ସେମାନଙ୍କର ମଧ୍ୟ କରୋନା ସ୍ବାବ୍ ପରୀକ୍ଷା କରାଯିବ  । କିଛି ବି ଲକ୍ଷଣ ଥିଲେ ଅନ୍ୟୁନ  ୩ ଜଣଙ୍କର ସ୍ବାବ୍ ବ୍ଲକ୍ ମାନଙ୍କରୁ ସରପଞ୍ଚ ମାନଙ୍କ ସୁପାରିଶ୍ କ୍ରମେ ପ୍ରତ୍ୟହ ବ୍ରହ୍ମପୁର ଏମକେସିଜି ସ୍ବାବ୍ ପରୀକ୍ଷା କେନ୍ଦ୍ରକୁ ପଠାଯିବ  । ଅନ୍ୟାନ୍ୟ ପୌରାଞ୍ଚଳରୁ ଗୋଟିଏ ଲେଖାଏଁ ଓ ବ୍ରହ୍ମପୁର ମହାନଗର ନିଗମରୁ ୧୦ ଟି ସ୍ବାବ୍ ମଧ୍ୟ ପରୀକ୍ଷା ପାଇଁ ପଠାଯିବ  । ଏମକେସିଜି ମେଡିକାଲ କଲେଜରେ ପ୍ରତିଦିନ ୯୦ ଟି ସ୍ବାବ୍ ପରୀକ୍ଷା କରାଯାଇ ପାରୁଛି  । ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ମଇ ୨ ତାରିଖ ସୁଦ୍ଧା ପ୍ରସ୍ତୁତି ଶେଷ କରିବାକୁ ଜିଲ୍ଲାପାଳ କହିଛନ୍ତି  । ସମସ୍ତ ସରକାରୀ  ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ସାହାଯ୍ୟ ପ୍ରାପ୍ତ ବିଦ୍ୟାଳୟ ଗୁଡିକ ମରାମତି, ରଙ୍ଗ ଦେବା ସହିତ ଶୌଚାଳୟରେ ୫ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଟାଇଲ୍ ଲାଗିବ  । ଉନ୍ନତମାନର ବିଦ୍ୟୁତ୍ ପଙ୍ଖା ଓ ପାଇପ୍ ପାଣି ସଂଯୋଗ ରହିବ  । କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ବାହାର ଫେରନ୍ତା ଆସିବା ପୂର୍ବରୁ ସଂପୃକ୍ତ ଗ୍ରାମରେ ଦୁଇ ଦିନିଆ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରାଯିବ  । ସ୍ବାସ୍ଥ୍ୟକର୍ମୀ ଏବଂ ଦାୟୀତ୍ବରେ ଥିବା କର୍ମଚାରୀଙ୍କ ବ୍ୟତୀତ ସେଠାକୁ କେହି ଯାଇପାରିବେ ନାହିଁ  । ଯେଉଁମାନେ ପଞ୍ଜିକୃତ ହୋଇଥିବେ, ସରକାରଙ୍କ ପ୍ରଦତ୍ତ ଯାନରେ ଆସିବେ ଏବଂ ନିରବଚ୍ଛିନ୍ନ ଭାବେ ୧୪ ଦିନ କ୍ବାରେଣ୍ଟାଇନ୍ ରେ ରହିବେ ସେମାନଙ୍କୁ ୨୦୦୦ଟଙ୍କା ପ୍ରୋତ୍ସାହନ ମିଳିବ  । ବ୍ୟକ୍ତିଗତ ଯାନରେ ଆସିଲେ କିମ୍ବା କ୍ବାରେଣ୍ଟାଇନ୍ ନ ମାନିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ ନାହିଁ  । ଜିଲ୍ଲାପାଇଂ ସମାନ ଧରଣର ନିତ୍ୟ ବ୍ୟବହାର୍ଯ୍ୟ କିଟ୍ କରାଯିବ ଏବଂ ସେଗୁଡିକରେ ୫୦୦ଟଙ୍କା ମୂଲ୍ୟର ସାମଗ୍ରୀ ରହିବ  । କ୍ବାରେଣ୍ଟାଇନ୍ କେନ୍ଦ୍ରଗୁଡିକରେ ବାଛବିଚାର ନ କରି ସମସ୍ତଙ୍କୁ ସମାନ ଧରଣର ଦେଖାରଖା କରାଯିବ  ।  ସରପଞ୍ଚମାନେ ବାହାର ରାଜ୍ୟରେ ଥିବା ତାଙ୍କ ପଞ୍ଚାୟତ ବାସୀନ୍ଦାଙ୍କ ମଧ୍ୟରୁ ଜଣକ ସହିତ  ଟେଲିଫୋନ୍ ଯୋଗାଯୋଗରେ ରହିବେ  । ଉକ୍ତ ବ୍ୟକ୍ତି ସଂପୃକ୍ତ ଲୋକମାନଙ୍କୁ ସାଙ୍ଗରେ ଧରି ଦାୟୀତ୍ବର ସହ ଫେରିବେ  ।        ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ,ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ   ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ