ସରମଙ୍ଗା ବିଦ୍ୟାଳୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ହାଟଡିହି, (ବିକାଶ ବିଶ୍ୱାଳ ) : ଷଡଙ୍ଗ ପଞ୍ଚାୟତର ସରମଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ଓ ପନରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁୂଷ୍ଠିତ ହୋଇଯାଇଛି । ଏଥିରେ ହାଯଡିହି ବ୍ଲକର ବିଡିଓ ବିନିତା ବିଜୟିନୀ, ଷଡଙ୍ଗ ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଯେନା, କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ସାହୁ, ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବେହେରା, ସମାଜସେବୀ ବାସୁଦେବ ଦାସ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଅତିôତ ଭାବେ ଯୋଗଦେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହିତ ‘ବୃକ୍ଷ ହିଁ ଜୀବନ’, ତେଣୁ ସମସ୍ତେ ନିଜ ଘରବାଡି ଓ ଖାଲି ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରି ପରିବେଶକୁ ସୁରକ୍ଷା ଦେବା ନିଜ ନିଜର କର୍ତ୍ତବ୍ୟ ହେଉ ବୋଲି ଆହ୍ୱାନ ଦେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଉତ୍ତମ କୁମାର ସ୍ୱାଇଁ, ଦେବଦତ୍ତ ନାୟକ, ଭାଷ୍କର ଦାସ, ଚେୟାରମ୍ୟାନ ଲକ୍ଷ୍ମୀଧର ଘଡେଇ, ସିଆରସିସି ବିଜୟ କୁମାର, ପରିଚାଳନା କମିଟିର ସଦସ୍ୟ, ସଦସ୍ୟା, ଅଭିଭାବକ ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।