ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜୟପୁର, (ଯୁଗାବ୍ଦ ନ୍ୟୁଜ):ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗର ଠାରେ ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମୁଖ୍ୟ ମାନନୀୟ ଅଧ୍ୟକ୍ଷ ମାନନୀୟ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ,( ସଭାପତି ବିଦ୍ୟାଳୟ ପରିଚାଳନା ସମିତି )ମୁଖ୍ୟ ଅତିଥି ମାନନୀୟ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନିପତି (ବିଧାୟକ ଜୟପୁର) , ସମ୍ମାନିତ ଅତିଥି ମାନନୀୟ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ,(ବିଧାୟକ , ନବରଙ୍ଗପୁର), ମାନନୀୟ ଶ୍ରୀଯୁକ୍ତ ଟି:ଏସ: ଭୂମ୍ବର, ବିଶିଷ୍ଟ ସମାଜସେବୀ, ମୁଖ୍ୟ ବକ୍ତା ମାନନୀୟ ଶ୍ରୀଯୁକ୍ତ ଲାୟନ ଡ.ଜି.ବସନ୍ତ ରାଓ , ସମାଜସେବୀ, ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ମାନନୀୟ ଶ୍ରୀଯୁକ୍ତ ସତ୍ୟବାଦୀ ମିଶ୍ର,ଉପସଭାପତି ଦୁର୍ଗା ମାଧବ ଦାଶ , କୋଷାଧ୍ୟକ୍ଷ ମାନନୀୟ ଶ୍ରୀଯୁକ୍ତ ମିହିର କୁମାର ମିଶ୍ର, ମାନନୀୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା, ମାନନୀୟ। ଶ୍ରୀମତୀ ଗୌରୀ ପଣ୍ଡା ପ୍ରଧାନ ଆଚାର୍ଯ୍ଯ ମାନନୀୟ ଶ୍ରୀଯୁକ୍ତ ଡକ୍ଟର ରମଣୀ ରଞ୍ଜନ ଦାସ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଅତିଥି ମାନେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ଯ ମାନନୀୟ ଶ୍ରୀଯୁକ୍ତ ଡକ୍ଟର ରମଣୀ ରଞ୍ଜନ ଦାସ ଙ୍କୁ ରାଜସ୍ଥାନ ଜୟପୁର ସହର ରେ( lata foundation ) indo international achiver journey award ପାଇଁ ସମ୍ମାନିତ କରିଥିଲେ। ଶିକ୍ଷାବିତ ତଥା ସ୍ଵେଚ୍ଛାସେବୀ ନିରଞ୍ଜନ ମିଶ୍ର, ପୂର୍ବ ଛାତ୍ର ବିନୀତ କୁମାର ମିଶ୍ର, ପୂର୍ବତନ ଆଚାର୍ଯ୍ଯ ପ୍ରଶାନ୍ତ କୁମାର ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ଵ ଅର୍ଜନ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ ଭାଇ ଭଉଣୀ ମାନେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରି ନୃତ୍ୟ, ଆଦିବାସୀ ନୃତ୍ୟ, ଗୀତ, ସାମାଜିକ ବାର୍ତ୍ତା ଆଧାରିତ ବିଭିନ୍ନ ନାଟିକା ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁରୁଜୀ ଗୁରୁମା ସମସ୍ତେ ସହଯୋଗ କରିଥିଲେ।