ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଞାନ ମେଳା

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶନିବାର ବ୍ଳକସ୍ତରୀୟ ବିଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ  ୁ ଅଭିଭାବିକା ଶକୁନ୍ତଳା ସନ୍ତୋଷିରା ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ସର୍ବମୋଟ ୧୧୩ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ୨ୟ ପର୍ଯ୍ୟାୟରେ ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ୱନାଥ ମହାରଣା ଓ ସମ୍ମାନୀତ ଅତିଥି ଭାବେ ସିଆରସିସି ସନ୍ତୋଷ କୁମାର ଗୌଡ଼ ଯୋଗଦେଇ କୃତି ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାମନ୍ଦିରର ବିଞାନ ଆଚାର୍ଯ୍ୟ ବାପୁଜି ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦ ଜଣ ବିଞାନ ଶିକ୍ଷକ ବିଚାରକ ମଣ୍ଡଳୀ ଭାବେ ଯୋଗ ଦେଇଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ପ୍ରଧାନାଚାର୍ଯ୍ୟ ସୁଶାନ୍ତ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟା ମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ