ଭଞ୍ଜନଗରରେ ଓଷ୍ଟାର ଶିଶୁ ଉତ୍ସବ ପାଳିତ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭଞ୍ଜନଗର ସହରରେ ଅବସ୍ଥିତ ସ୍ଥାନୀୟ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷକ ସଂଘର ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ଉତ୍ସବରେ କୁଲାଡ କବି ସମ୍ରାଟ ବିଦ୍ୟାପୀଠ,ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟ, ସ୍ଥାନୀୟ ଦୀନବନ୍ଧୁ ବାଳିକା ବିଦ୍ୟାଳୟ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟ ,ଡିହ ପଡାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବଦ୍ୟାଳୟ, ସାର୍ଦ୍ଦୂଳ ରାଧାକୃଷ୍ଣ ସ୍ୱାମୀ ଉଚ୍ଚ ବିଦ୍ୟାଳୟ ତଥା ବାହାଡା ପଦର ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟର ବିଦ୍ୟାର୍ଥୀ ଶିଶୁ ଉତ୍ସବରେ ଯୋଗଦେବା ସହ ଆୟୋଜିତ କାର୍ଯ୍ୟକ୍ରମରେ କୁଇଜ, ନୃତ୍ୟ,ଅଭିନୟ, ଜି.କେ ,କବିତା ଲିଖନ,ଗଳ୍ପ ଲିଖନ ଭଳି ପ୍ରତିଯୋଗିତା ମାନ ଆୟୋଜନ କରି ଓଷ୍ଟା ପ୍ରତିଭା ଅନ୍ୱେଷଣ କରିଛି । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଉତ୍ସବରେ ମୁଖ୍ୟ ଅତିଥି ରୂପେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଶ୍ରୀ ଜଗବନ୍ଧୁ ଜେନା ଯୋଗ ଦେଇ ପିଲାଙ୍କୁ ପ୍ରେରଣାଦାୟୀ କଥା ଛଳରେ ନିଜ ବକ୍ତବ୍ୟ ରଖିଥିଲେ । ଭଞ୍ଜନଗର ବ୍ଳକ ଓଷ୍ଟା ର ସଭାପତି ଗୌରୀ ନନ୍ଦନ ହୋତା ଏହି ସଭାରେ ସଭାପତିତ୍ୱ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଓଷ୍ଟାର କାର‌୍ୟ୍ୟକାରୀ ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା ସଭାରେ ସଂଯୋଜନା କରିଥିଲେ । ଡଃ ବିଜୟ ଚନ୍ଦ୍ର ମହାରଣା ମୁଖ୍ୟ ବକ୍ତାରୂପେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ । ବେଲଗୁଣ୍ଠା ବ୍ଳକ ଓଷ୍ଟା ର ସଂପାଦକ ଶ୍ରୀ ହେମନ୍ତ କୁମାର ତ୍ରୀପାଠୀ,ସମ୍ବାଦ ଜିଲ୍ଲା ପ୍ରତିନିଧି ଜ୍ଞାନ ଚାନ୍ଦ ଜଗନ୍ନାଥ, ବିଶ୍ବମ୍ବର ଜେନା ,ଓଷ୍ଟା ଭଞ୍ଜନଗର ର ସଂପାଦକ ରବି ନାରାୟଣ ମହାନ୍ତି ପ୍ରଭୃତି ମଞ୍ଚାସୀନ ରହି ନିଜର ବକ୍ତବ୍ୟ ରଖିବା ସହ ପିଲାଙ୍କୁ ପୁରସ୍କୃତ କରିଥିଲେ । ବିଚାରକ ରୂପେ ଶ୍ରୀ ନେତାଜୀ ବିଷୋୟୀ, ସଂସ୍କୃତି ରତ୍ନ ଶ୍ରୀ ନାରାୟଣ ମହାରଣା ଯୋଗ ଦେଇଥିଲେ । ଅନ୍ୟମନଙ୍କ ମଧ୍ୟରେ ସି.ଆର୍.ସି.ସି ନାରାୟଣ ମହାରଣା,ତ୍ରିନାଥ ବେହେରା ଓ ଶିକ୍ଷକ ଅବିନାଶ ପଣ୍ଡା,ଆଦତ୍ୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ