ସରାକାରୀ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ପାରଳାଖେମୁଣ୍ଡି :(ତାରିଣୀପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡି : ୧୨/୦୭ (ତାରିଣୀପ୍ରସାଦ ପଣ୍ଡା) ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଖାଣ୍ଡବା ପଞ୍ଚାୟତ ଅନ୍ତର୍ଗତ ବାଡିଗାଁ, ପାଲସିଂ ଓ ଆଦର୍ଶ ନଗର ଗ୍ରାମର ବହୁ ହିତାଧିକାରୀ ବିଡିଓଙ୍କୁ ଅଭିଯୋଗ କରିଛନ୍ତି । ଗ୍ରାମରେ ବହୁ ଆଦିବାସୀ ଓ ହରିଜନ ପରିବାର ବସବାସ କରୁଥିବାବେଳେ ଅଧିକାଂଶ ଲୋକ ଗରିବ ଶ୍ରେଣୀର ଅଟନତି । ହେଲେ ପ୍ରଶାସନ ପକ୍ଷରୁ ସେମାନଙ୍କ ଅଣଦେଖା କରାଯାଉଥିବା ଜଣାଇଛନ୍ତି । ସରକାରୀଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ହୋଇଥିଲେ ମ୍ମ ସେମାନଙ୍କ ଆବାସ ଯୋଜନା, ବିଜୁ ପକ୍କାଘର, ରାଶନ କାର୍ଡ ଆଜି ଯୋଜନାରୁ ବଞ୍ଚିତ କରି ଅଯୋଗ୍ୟମାନଙ୍କୁ ସୁବିଧା ପ୍ରଦାନ କରାଯାଉଛି । ତେଣୁ ପରିବାର ଚଳାଇବା ପାଇଁ କୁଲି କାମ କରିବା ଏବଂ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡୁଛି ବୋଲି ଗ୍ରାମର ସତ୍ୟ ଶବର, ସିଙ୍ଗା ଶବର, କେ.ସୋମେଶୁ, ଲକ୍ଷ୍ମୀ ଶବର, ସିଙ୍ଗା ଶବର ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗ ପାଇ ବିଡିଓ ପ୍ରଣବ କୁମାର ବେହେରା ଗ୍ରାମକୁ ଯାଇ ଅନୁସନ୍ଧାନ କରିବା ପରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ