ସରିଲା କ୍ୟାବିନେଟ୍ ବୈଠକ, ଅନେକ ପ୍ରସ୍ତାବକୁ ମିଳିଲା ମଞ୍ଜୁରି
ଭୁବନେଶ୍ବର :- ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ୫ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଥିବା ଜଣାଯାଇଛି। ବିଧାନସଭା ବଜେଟ୍ ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କିତ କୌଣସି ସୂଚନା ଦିଆଯାଇପାରିବନି । ଏସଟି, ଏସସି, ପୂର୍ତ୍ତ ଓ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି ।


