ଓୟୁଏଟିରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
ଭୁବନେଶ୍ବର:- ସୋମବାର ଟି ସଚିବ ଭି.କେ. ପାଣ୍ଡିଆନ ଭୁବନେଶ୍ବରରେ ଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ହଠାତ ପରିଦର୍ଶନ କରିଥିଲେ। ଓୟୁଏଟି ଅଧିକାରୀଙ୍କ ସହ ଭିତ୍ତିଭୂମି ନେଇ ଆଲୋଚନା କରିବା ସହ ଛାତ୍ରାବାସ ବୁଲି ଦେଖିଥିଲେ। ଏହି ଅବସରରେ ସେ କୃଷି ମହାବିଦ୍ୟାଳୟ ସମେତ ବେସିକ ସାଇନ୍ସ କଲେଜ, ବନ ମହାବିଦ୍ୟାଳୟ ବୁଲି ଦେଖିଥିଲେ। ଫାଇଭ-ଟି ସଚିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ଛାତ୍ରାବାସ ନିର୍ମାଣ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ବଜାୟ ରଖିବାକୁ ବି ପରାମର୍ଶ ଦେଇଥିଲେ ଫାଇଭ-ଟି ସଚିବ । ଏହି ଗ୍ରସ୍ତ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପବନ କୁମାର ଅଗ୍ରୱାଲ ଓ ବେସିକ୍ ସାଇନ୍ସ କଲେଜ ନିର୍ଦେଶକ ବିକାଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତ ଥିଲେ ।


