ସରିଲା ମା “ମଙ୍ଗଳା ଙ୍କ ଷୋଡଶ ଦିନାତ୍ମକ ପୂଜା

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠ ଅନ୍ୟତମ। ପ୍ରାଚୀ ନଦୀର ସୁରମ୍ୟ ତଟଦେଶରେ ମା’ଙ୍କ ମନ୍ଦିର ଅବସ୍ଥିତ। ବର୍ଷର ବିଭିନ୍ନ ସମୟରେ ମା’ଙ୍କ ଯାନିଯାତ୍ରା, ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ। ତନ୍ମଧ୍ୟରୁ ପ୍ରସିଦ୍ଧ ଶାରଦୀୟ ପାର୍ବଣ ପୂଜା ଅନ୍ୟତମ। ଆଶ୍ବିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ) ଦିନ ମା’ ଶୟନ ତ୍ୟାଗ କରନ୍ତି। ମା’ଙ୍କୁ ଜାଗ୍ରତ କରିବା ପାଇଁ ଏହି ଦିନ ଷୋଡ଼ଶ ଉପଚାରରେ ମା’ଙ୍କ ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମାଙ୍କୁ ଦିବ୍ୟ ସୁଗନ୍ଧ ଜଳରେ ୧୦୮ ଥର ଲେଖାଏଁ ସ୍ନାନ କରାଯାଏ। ପୀଠରେ ଶାରଦୀୟ ପୂଜାର ଅୟଆରମ୍ଭ ହୁଏ। ଅଖଣ୍ତ ଦୀପ ଲଗାଯାଏ। ଦିବ୍ୟ ସୁବାସିତ ଜଳରେ ସ୍ନାନପରେ ମା’ ମଙ୍ଗଳାଙ୍କୁ ବେଶ କରାଯାଇଥାଏ। ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ସିଂହ ପୂଜା ଓ କଳସ ପୂଜା କରାଯାଇ ବଲ୍ଲଭ ପୂଜା ହୁଏ। ପ୍ରତିପଦ (ନବ ପତ୍ରିକା)ଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ମା’ଙ୍କ ପାଦ ପଦ୍ମଲାଗି, ନାଲିକଲି ବେଶ ଓ କଳା କଲିବେଶ ବେଶ ଅନୁଷ୍ଠିତ ହୋଇଥାଏ।
ପଞ୍ଚମୀ ଦିନ ମା’ଙ୍କୁ ତୀର କମାଣ ବେଶ, ଷଷ୍ଠୀ ଦିନ କାତିଖର୍ପର ବେଶ, ସପ୍ତମୀ ଦିନ ସିଂହବାହିନୀ ବେଶ, ଅଷ୍ଟମୀ ଦିନ ମହିଷାମର୍ଦ୍ଦିନୀ ବେଶ ଏବଂ ନବମୀ ଦିନ ମହାସରସ୍ବତୀ ବେଶରେ ସଜ୍ଜିତ କରାଯାଇ ପୂଜା କରାଯାଇଥିଲା। ମହାଷ୍ଟମୀ ଦିନ ମା’ଙ୍କ ଚଳନ୍ତି ପ୍ରତିମା ରତ୍ନଗିରିରୁ ଫେରି ଜଗତି ପୂଜା ପରେ ଦୂର୍ଗାଙ୍କ ସହିତ ମନ୍ଦିର ଭିତରକୁ ଯାଆନ୍ତି। ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମନ୍ଦିରରେ ଚଣ୍ତିପାଠ କରାଯାଇଥିଲା। ମହାନବମୀ ଦିନ ମନ୍ଦିରରେ ସ୍ବତନ୍ତ୍ର ନବମୀ ପୂଜା ହୋଇଥିଲା ପୁନର୍ବାର ସହର୍ଷ କୁମ୍ଭା ଭିଷେକ ଜଳ ରେ ମା ଙ୍କୁ ସ୍ନାନ କରାଯାଇଥିଲା। ରାତ୍ରି ଧୂପ ପରେ ନବମୀ ହୋମ ହୁଏ। ଆଜି ପବିତ୍ର ନବମୀ ରେ ମା “ମଙ୍ଗଳା ଦର୍ଶନ ପାଈଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ