ସର୍ଟ ସର୍କିଟରୁ ନିଆଁ ଲାଗି ବିଜେଡି ନେତା ଅଲେଖ ଚୌଧୁରୀଙ୍କ ସହ ଦୁଇଜଣଙ୍କ ମୃତ୍ୟୁ
ବ୍ରହ୍ମପୁର, (ଅନିଲ କୁମାର ) ବିଜେଡି ଆଗଧାଡିର ଜଣେ ଟାଣୁଆ ନେତା ଓ ବିସିସି ବ୍ୟାଙ୍କ୍ ସଭାପତି ଅଲେଖ ଚୌଧୁରୀଙ୍କ ଗତକାଲି ନିଜ ବାସ ଭବରେ ଶୋଇଥିବା ବେଳେ ନିଆାଁ ଲାଗିବା ଦ୍ୱାରା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁର ଗୋସାଣୀନୂଆଗାଁ ପାଣିଗ୍ରାହୀ ସାହିରେ ଥିବା ନିଜ ବାସଭବନରରେ ଶୋଇଥିବା ବେଳେ ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ, ଶୀତତାପନିୟନ୍ତ୍ରଣ ( ଏସି)ରେ ସର୍ଟ ସର୍କିଟ ଦ୍ୱାରା ଅଗ୍ନିକାଣ୍ଡ ଘଟିଥିଲା । ସେ ନିଜର ସ୍ତ୍ରୀ, ନିଜର ଶଳା ଭଗବାନ ପାତ୍ର, ଓ ଘରେ କାମ କରୁଥୁବା ସୁନୀଲ ବେହେରାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ଶ୍ୱାସରୁଦ୍ଧ ଘଟିଥିଲା । ଖବର ପାଇ ବ୍ରହ୍ମପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଅଲେଖ ଚୌଧୁରୀଙ୍କୁ ମୃତ ଘୋଷଣା କରିଥିଲେ । ଏହାସହ ତାଙ୍କର ଶଳା ଭଗବାନ ପାତ୍ର ଓ ସୁନୀଲ ବେହେରାଙ୍କର ମଧ୍ୟ ଶ୍ୱାସ ରୁଦ୍ଧରେ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ମେଡିକାଲରେ ବ୍ରହ୍ମପୁର ସାସଂଦ, ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ ପଣ୍ଡା ସମେତ ବହୁ ନେତା ଓ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିବାବେଳେ, ଏହି ଘଟଣା ସାରା ଜ଼ିଲ୍ଲାରେ ଶୋକର ଛାୟା ଖେଳେଇ ଦେଇଛି । ଗଞ୍ଜାମ ଜିଲ୍ଲା ରାଜନୀତିରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।