ସର୍ଟ ସର୍କିଟ ରୁ ଜଳିଗଲା ଦୋକାନ ଗୃହ
ରାଇକିଆ,(ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାକିଙ୍ଗିଆ ଗ୍ରାମର ଡ଼କେଡୁନାଜୁ ଠାରେ ଏକ ଦୋକାନ ଗୃହ ରେ ଅଗ୍ନି କାଣ୍ଡ ଘଟି ନଷ୍ଟ ହୋଇ ଯାଇଛି । ରବିବାର ମଧ୍ୟାହ୍ନ ରେ ଅପରାଜିତା ପ୍ରଧାନ ଙ୍କ ଦୋକାନ ଗୃହ ରେ ସର୍ଟ ସର୍କିଟ ରୁ ନିଆଁ ଲାଗି ଯାଇଥିଲା । ଏହି ସମୟ ରେ ଦୋକାନ ବନ୍ଦ ଥିଲା ବେଳେ ଦୋକାନ ମାଲିକ ଅନୁପସ୍ଥିତି ଥିଲେ । ରାଇକିଆ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ନିଆଁ କୁ ଆୟତ କରି ଥିଲେ । ଦୋକାନ ନିକଟ ରେ ଥିବା ଏକ ଖଜୁରୀ ଗଛ ରେ ମଧ୍ୟ ନିଆଁ ଲାଗି ଯାଇଥିଲା ।