ସର୍ପାଘାତରେ ମହିଳା ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଗ୍ରୀଷ୍ମ ଋତୁ ଚାଲିଛି ।ଜଳ,ସ୍ଥଳ,ଗିରି ସବୁଠି ତାତି ।ଗରମ ପବନରେ ଜୀବଜନ୍ତୁ ତ୍ରାହି ତ୍ରାହି ହେଉଛନ୍ତି । ଅସହ୍ୟ ହେଉଛି ଜୀବନ । ସମସ୍ତେ ନିଜ ବାସସ୍ଥାନ ଛାଡି ବାହାରେ ବିଚରଣ କରୁଛନ୍ତି । ରାତିରେ ଜୀବଜନ୍ତୁ ଯେତେବେଳେ ଗରମ ଅସହ୍ୟ ଓ ଖାଦ୍ୟ ଅନ୍ୱେଷଣ ଯୋଗୁଁ ବାହାରେ ବିଚରଣ କରୁଥିବା ବେଳେ କାହା ସହିତ ମୁହାଁମୁହିଁ ପଡ଼ିଲେ ଆକ୍ରମଣ କରିଥାନ୍ତି ବା ଆକ୍ରମଣର ଶିକାର ହୁଅନ୍ତି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ଉପରବେଡା ପଞ୍ଚାୟତର ରଙ୍ଗାମାଟିଆ ଗ୍ରାମର କୁଞ୍ଚି ବିରୁଆ((୫୦) ବୁଧବାର ରାତି ୧୦ ଟା ବେଳେ ଖାଇପିଇ ଘର ଚଟାଣିରେ ଶୋଇଥିଲେ। ରାତି ୧୦.୩୦ ଟା ବେଳକୁ ହଠାତ୍ ଏକ ତିଥି ସାପ ତାଙ୍କୁ ଦଂଶିଥିଲା । ସେ ହଠାତ୍ ଉଠିପଡ଼ି ଚିତ୍କାର କରିଥିଲେ ।ଘର ଲୋକ ଉଠି ସାପକୁ ଖୋଜାଖୋଜି କରି ବିଳମ୍ବିତ ରାତିରେ ପାଇଥିଲେ । ପରେ ରାତି ୩ଟା ବେଳକୁ ଅଟୋ ରେ ପରିବାର ଲୋକେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ