ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡକାଳିମାଟିରେ ସୁରଭି କାର୍ଯ୍ୟକ୍ରମ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ କ୍ଲଷ୍ଟର ବିଦ୍ୟାଳୟ, ସରକାରୀ, ଉପ୍ରା ବିଦ୍ୟାଳୟ, ବଡକାଳିମାଟିଠାରେ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ କ୍ଲଷ୍ଟର ସ୍ତରୀୟ ସୁରଭି (ଶିଶୁ ମହୋସôବ) ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ଲଷ୍ଟରର ସିଆର୍ସିସି ନବ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାବଗ୍ରାହୀ ମହାକୁଡ, ସଭାପତି, ରତ୍ନାକର ନାଏକ ଯୋଗଦାନ କରିଥିଲେ । ମଂଚ ପରିଚାଳନା ଦାୟିତ୍ୱରେ ଜୀବନ କୁମାର ନାଏକ ଥିଲେ । କରୁଣାକର ନାଏକ,ପବିତ୍ର ମୋହନ ମହାନ୍ତ ଓ ଜଗବନ୍ଧୁ ନାଏକ ପ୍ରଧାନଶିକ୍ଷକମାନେ ମା’ ତାରିଣୀଙ୍କ ଠାରେ ଧୂପ,ଦୀପ ଓ ପୁଷ୍ପ ଦେଇ ପୂଜାର୍ଚ୍ଚନା କରି ମା’ଙ୍କଠାରୁ ଆର୍ଶିବାଦ ନେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । କୁବେର କୁମାର ନାୟକ ପ୍ରତିଯୋଗିତାର ବିଭାଗୀକରଣ,ଛାତ୍ରଛାତ୍ରୀମାନଙ୍କ ନାମ ରେଜିଷ୍ଟ୍ରେସନ ଓ ଶିକ୍ଷକମାନଙ୍କୁ ଦାୟିତ୍ୱ ଦେବା କାର୍ଯ୍ୟ ସଂପାଦନ କରିଥିଲେ । ପ୍ରତିଯୋଗୀତା ପରିଚାଳନା ଦାୟୀତ୍ୱରେ ଥିବା ଶିକ୍ଷକ ବୃନ୍ଦ ପ୍ରବନ୍ଧ ଲିଖନରେ ଚନ୍ଦ୍ରମଣି ସାୟାଁ,ଚିତ୍ରାଙ୍କନରେ ମନୋରଞ୍ଜନ ସେଠୀ,କୁଇଜରେ କ୍ଷିରୋଦ କୁମାର ବେହେରା,ସୃଜନଶୀଳ ଲିଖନରେ ଦାମ ମୁଣ୍ଡା,ସଂଗୀତରେ ରାଜକିଶୋର ନାୟକ ଓ ବିଶିକେଶନ ନାଏକ,ବକ୍ତୃତାରେ ଲକ୍ଷ୍ମଣ ମାଝୀ,ଓଡିଆ ହସ୍ତାକ୍ଷରରେ ରାମଦାସ ମୁର୍ମୁ,ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଗୁନ ବାନରା,ପ୍ରମାଣପତ୍ର ଓ ପୁରସ୍କାର ବିତରଣ ଦାୟିତ୍ୱ ଉଗ୍ରେସନ ଟୁଡୁ ତୁଲାଇଥିଲେ । ଛାତ୍ରଛାତ୍ରୀମାନଙ୍କ ଭୋଜନ ପ୍ରସ୍ତୁତି କାର୍ଯ୍ୟରେ ତରଣୀସେନ ନାଏକ ଓ ରଞ୍ଜନ କୁମାର ନାଏକ ପୂର୍ଣ୍ଣ ସହଯୋଗ କରିଥିଲେ । ଶିଶୁମାନଙ୍କୁ ଅନ୍ତର୍ନିହିତ ଗୁଣ,ଜ୍ଞାନର ବିକାଶ ଓ ପରିପ୍ରକାଶ ଉପରେ ଅତିଥିମାନେ ଅଭିଭାଷଣ ରଖିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ବଡକାଳିମାଟି କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ନବକୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ