ସର୍ପାଘାତରେ ୱାର୍ଡ ସଭ୍ୟଙ୍କ ମୃତ୍ୟୁ ସନ୍ଦେହ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଗ୍ରାମ ପଞ୍ଚାୟତ ଅଧିନ ୬ନଂ.ୱାର୍ଡ ତଥା ବନ୍ତ(ଦେବଗଡି) ଗ୍ରାମର ୱାର୍ଡ ସଭ୍ୟ ମଦନ ମୋହନ ଜେନା(୫୫)ଙ୍କର ଶନିବାର ସର୍ପାଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ପ୍ରକାଶ ଯେ, ଶୁକ୍ରବାର ରାତିରେ ସେ ମାଛ ଧରିବାକୁ ଯାଇ ଘରକୁ ଫେରିଥିଲେ । ଶନିବାର ସକାଳ ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ସର୍ପାଘାତ ହୋଇଥିବା କହି ଡାକ୍ତର ତାଙ୍କୁ କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ । କଟକ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ତାଙ୍କ ଶବକୁ ଭଦ୍ରକ ଅଣାଯାଇ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି । ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ କୃପାସିନ୍ଧୁ ସେଠୀଙ୍କ ସମେତ ଅନ୍ୟ ୱାର୍ଡ ସଭ୍ୟସଭ୍ୟା ମାନେ ତାଙ୍କ ବାସଭବନରେ ପହଞ୍ôଚ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି । ତାଙ୍କର ୨ ଝିଅ ଥିବା ବେଳେ କୌଣସି ଜମିବାଡି ନାହିଁ । ତାଙ୍କ ମୃତ୍ୟୁରେ ପରିବାରବର୍ଗ ଶୋକରେ ଭାଙ୍ଗି ପଡିଛନ୍ତି । ଜିଲ୍ଲା ପ୍ରଶାସନ ଅସହାୟ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ