ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲରେ ସଫେଇ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ, ହାଇସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସ୍ୱାଇଁ, ସେକ ଅମିରୁଦ୍ଦିନ, ପୁରାତନ ଛାତ୍ର ସେକ ଆସିକୁଦ୍ଦିନ, ପ୍ରଫୁଲ୍ଲ ସାହୁ, ମୀର ସଲାମତ, ସେକ କମିରୁଦ୍ଦିନ ପ୍ରମୁଖ ଯୋଗଦେଇ ହାଇସ୍କୁଲ ପରିସରରେ ଥିବା ଅଳିଆ ଆବର୍ଜ୍ଜନାକୁ ସଫା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ବନଜା ରାଉତ, ସୁଜାତା ରାଉତ, ସର୍ମିଷ୍ଠା ସାମଲ, ଶିକ୍ଷକ ଶିବ ପ୍ରସାଦ ନାୟକ, ସେକ ସୁଲତାନ ପ୍ରମୁଖ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ । ପ୍ରତ୍ୟେକ ରବିବାର ଏହିଭଳି ସଫେଇ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ