ଧର୍ମଘଟକୁ ସଫଳ ପାଇଁ ଆହ୍ୱାନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବ୍ୟାଙ୍କ୍ କର୍ମଚାରୀମାନଙ୍କର ଆସନ୍ତାକାଲି ସର୍ବଭାରତୀୟ ଧର୍ମଘଟ ପୂର୍ବରୁ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏ.ଆଇ.ବି.ଇ.ଏ) ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ବି.ଇ.ଏଫ୍.ଆଇ) ତରଫରୁ ସୋମବାର ସନ୍ଧ୍ୟାରେ ହସପିଟାଲ ରୋଡ଼୍ସ୍ଥିତ ଇଉକୋ ବ୍ୟାଙ୍କ୍ର ମୁଖ୍ୟଶାଖା ସମ୍ମୁଖରେ ପ୍ରସ୍ତାବିତ ଧର୍ମଘଟକୁ ସମର୍ଥନ ଜଣାଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଜନସାଧାରଙ୍କ ସହଯୋଗ କାମନା କରିଥିଲେ । ବିଭିନ୍ନ ବ୍ୟାଙ୍କ୍ର କ୍ଷତି ହେଉଥିବା ଦର୍ଶାଇ ବ୍ୟାଙ୍କ୍ଗୁଡ଼ିକୁ ମିଶ୍ରଣ କରିବା ଉଦ୍ୟମକୁ କର୍ମଚାରୀମାନେ ଦୃଢ଼ ବିରୋଧ କରିଛନ୍ତି । କର୍ପୋରେଟ୍ ହାଉସ୍ମାନେ ବିଭିନ୍ନ ବ୍ୟାଙ୍କ୍ରୁ ଲକ୍ଷଲକ୍ଷ କୋଟି ଟଙ୍କା ଋଣନେଇ ଫେରାଉନଥିବାବେଳେ ଓ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ତରଫରୁ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ବ୍ୟାଙ୍କ୍ କ୍ଷତି ହେଉଥିବାର କୁହାଯାଇ ମିଶ୍ରଣର ଯୋଜନାକୁ ସାଧାରଣରେ ବିରୋଧ କରାଯାଉଛି । ବ୍ୟାଙ୍କ୍ରେ ନିଯୁକ୍ତିକୁ ସଂକୋଚନ କରି ଠିକାନିଯୁକ୍ତି ପ୍ରଥାକୁ ସଂଘମାନେ ବିରୋଧ କରିଛନ୍ତି । ଭାରତଭଳି ରାଷ୍ଟ୍ରରେ ବହୁ ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଞô୍ଚନଥିବାବେଳେ ବ୍ୟାଙ୍କର ସଂକୋଚନ ବିରୋଧରେ ଏହି ଧର୍ମଘଟର ଆହ୍ୱାନ ଦିଆଯାଇଛି । ସମସ୍ତ ବ୍ୟାଙ୍କକର୍ମଚାରୀ ଓ ଗ୍ରାହକମାନେ ସରକାରଙ୍କ ଏହି ଅପରିଣାମଦର୍ଶୀ ନିଷ୍ପତ୍ତିକୁ ବିରୋଧ କରିବାକୁ ସଂଘମାନଙ୍କ ତରଫରୁ ଆହ୍ୱାନ ଦିଆଯାଇଛି । ଉଭୟ ସଂଘ ତରଫରୁ ପ୍ରଦୀପ କୁମାର ବେହେରା, ରସାନନ୍ଦ ଦାସ, ହେମନ୍ତ କୁମାର ଭୂୟାଁ, ସଞ୍ଜୟ ପରିଡ଼ା, ବିଜୟ ନାୟକ ପ୍ରମୁଖଙ୍କ ସମେତ ଟି.ୟୁ.ସି.ସି.ର ସାଧାରଣ ସଂପାଦକ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ବ୍ୟାଙ୍କକର୍ମଚାରୀଙ୍କ ଦାବି ଓ ଆନ୍ଦୋଳନକୁ ବିକ୍ଷୋଭ ସ୍ଥଳରେ ଦୃଢ଼ ସମର୍ଥନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ