ସର୍ବଭାରତୀୟ ନିମାପଡ଼ା କପ୍ ଇଷ୍ଟକୋଷ୍ଟ ରେଲୱେ ଫାଇନାଲରେ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଚାଲିଥିବା ୧୪ତମ ସର୍ବଭାରତୀୟ ନିମାପଡ଼ା କପ କ୍ରିକେଟର ଆଜି ପଞ୍ଚମ ଦିବସ ରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଓ ଇଷ୍ଟକୋଷ୍ଟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ପଡିଆକୁ ଓହ୍ଲାଇ ନିର୍ଦ୍ଧାରିତ ଓଭରରେ ୯ଉଇକେଟ ହରାଇ ୧୪୧ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ମୟଙ୍କ ପଟ୍ଟନାୟକ ୩୯ରନ୍ ଓ ଆଲୋକ କୁମାର ଜେନା ୧୯ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ଆଲୋକ ମଙ୍ଗରାଜ, ରାକେଶ ମହାନ୍ତି ଓ ଅଭିଷେକ ଯାଦବ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ନେଇଥିଲେ।ଜବାବରେ ଇଷ୍ଟକୋଷ୍ଟ ରେଲୱେ ନିର୍ଦ୍ଧାରିତ ଓଭର ମଧ୍ୟରୁ ୧୬ ଓଭର ବ୍ୟାଟିଂ କରି ୪ଟି ଉଇକେଟ ହରାଇ ୧୪୫ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା।ଦଳ ପକ୍ଷରୁ ଅଭିଷେକ ଯାଦବ ୫୭ରନ୍ ଓ ଅଙ୍କିତ ଯାଦବ ୩୨ରନ୍ ସଂଗ୍ରହ କରିଥିଲେ।ପ୍ରତିପକ୍ଷ ବୋଲର ଜ୍ୟୋତିରଞ୍ଜନ ବିଶ୍ଵାଳ ଓ ପବିତ୍ର ବିଶୋଇ ୧ଟି ଲେଖାଏଁ ଉଇକେଟ ନେଇଥିଲେ। ଆଥଲେଟିକ ଆସୋସିଏସନକୁ ୬ଉଇକେଟରେ ହରାଇ ଇଷ୍ଟକୋଷ୍ଟ ରେଲୱେ ଫାଇନାଲରେ ପ୍ରବେଶ କରିଛି।ଅଭିଷେକ ଯାଦବ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ନିର୍ମଳ ମିଶ୍ର ଓ ଅଭିନନ୍ଦନ ପାତ୍ର ଅମ୍ପେୟାର୍ ଭାବେ ମ୍ୟାଚ ପରିଚାଳନା କରିଥିଲେ।ସ୍କୋର ବୋର୍ଡରେ ରୋଶନଜିତ୍ ରାୟ ଓ ଓମ୍ ରଞ୍ଜନ ପ୍ରଧାନ ସହାୟତା କରିଥିଲେ।ଅତିଥି ଭାବେ କାଉନସିଲର ଧନୁର୍ଦ୍ଧର ଦାସ,ପୂର୍ବତନ କାଉନସିଲର ବ୍ରଜେନ୍ଦ୍ର ପ୍ରଧାନ,କ୍ରୀଡାବିତ ବି.ବି.ସି.ସି ମହାପାତ୍ର, ବେଣୁଧର ସ୍ଵାଇଁ, ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଜିବନାନନ୍ଦ ମହାପାତ୍ର, କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ପ୍ରମୁଖ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।ଆସନ୍ତାକାଲି ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ୧୫ ତାରିଖରେ ଇଷ୍ଟକୋଷ୍ଟ ରେଲୱେ ଓ ଭୁବନେଶ୍ୱର ଏକାଦଶ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ