ସର୍ବସାଧାରଣରେ ଶାର୍ଟ ଖାଲିଲେ ଦେବାକୁ ପଡ଼େ ଜରିମାନା
ଏମିତି ଏକ ଦେଶ ରହିଛି ଯେଉଁଠି ଦେହରୁ ଶାର୍ଟ ଖାଲିଲେ ଜରିମାନା ଦେବାକୁ ପଡ଼ିଥାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏମିତି ନିୟମ ଚାଇନାରେ ରହିଛି । ଚାଇନାର ଶୋନ୍ଡଙ୍ଗ୍ ପ୍ରାନ୍ତରେ ଏହି ନିୟମ ଲାଗୁ ହୋଇଛି । ଅଧିକାରୀଙ୍କ ମତରେ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ଏହି ନିୟମ ଲାଗୁ କରାଯାଇଛି । ଚାଇନାର ଆଉ କିଛି ସହରରେ ମଧ୍ୟ ଏହି ନିୟମ ପାଳନ କରାଯିବ । କିନ୍ତୁ କେତେ ଜରିମାନା ଦେବାକୁ ପଡ଼ିବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଚାଇନାର ସୋସିଆଲ ମିଡିଆରେ ଏନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ୨୦୧୯ ମାର୍ଚ୍ଚ ୧ରେ ଚାଇନାରେ ଏହି ନିୟମ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହା ଲାଗୁ ହୋଇଛି । ଚାଇନାର ପୂର୍ବତନ ସରକାରଙ୍କ ଲକ୍ଷ୍ୟ ଜରିମାନା ଆଦାୟ କରିବା ନୁହେଁ, ଲୋକଙ୍କୁ ଶିକ୍ଷିତ କରିବା ତଥା ଖରାପ ଲୋକଙ୍କୁ ଭଲ ବାଟକୁ ଆଣିବା । ଚାଇନାର ଯେଉଁ ସହରରେ ଏହି ନିୟମ ଲାଗୁ କରାଯାଇଛି ସେଗୁଡ଼ିକ ହେଲା ଶୟୟାଙ୍ଗ, ହଣ୍ଡାନ୍ ଏବଂ ତିୟାନଜିନ୍ । ପ୍ରଥମେ ଏଠାରେ ଜରିମାନା ଆଦାୟ କରାଯିବ । ଖାଲି ଏତିକି ନୁହେଁ, ଏଠାରେ ଥିବା ଝରଣାରେ ପାଦ କିମ୍ବା ପୋଷାକ ଧୋଇଲେ ମଧ୍ୟ ଜରିମାନା ଦେବାକୁ ପଡ଼ିବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଏବଂ ଜେବ୍ରା କ୍ରସିଂ ମଧ୍ୟରେ ରାସ୍ତା ପାର ହେଲେ ବି ଜରିମାନା ଭରିବାକୁ ପଡ଼ିବ ।


