ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ଖାଦ୍ୟ ତାଲିକାରେ ବିରିୟାନୀ
ନୂଆଦିଲ୍ଲୀ : ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ଖାଦ୍ୟ ତାଲିକାର ପ୍ରଥମ ସ୍ଥାନରେ ରହିଛି ବିରିୟାନୀ । ୨୦୧୯ରେ ଗୁଗୁଲ୍ରେ କରାଯାଇଥିବା ବିଭିନ୍ନ ସର୍ଚ୍ଚକୁ ନେଇ ଏହି ତଥ୍ୟ ପ୍ରକାଶ ପାଇଛି । ସମୁଦାୟ ୪.୫୬ ଲକ୍ଷ ଥର ଚିକେନ୍ ବିରିୟାନୀ ସର୍ଚ୍ଚ କରାଯାଇଛି । ସେହିପରି ଅନ୍ୟ ଖାଇବା ମଧ୍ୟରେ ବଟର ଚିକେନ୍, ସମୋସା, ଚିକେନ୍ ଟିକ୍କା ମସାଲା, ଦୋସା ଏହି ତାଲିକାରେ ପଛକୁ ପଛ ରହିଛି । ଏସ୍ଇଏମ୍ ରସ୍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି । ପଞ୍ଜାବୀଙ୍କ ପ୍ରିୟ ଖାଦ୍ୟ ବଟର ଚିକେନ୍ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ବଟର ଚିକେନ୍କୁ ୪ ଲକ୍ଷ ଥର ସର୍ଚ୍ଚ କରାଯାଇଛି । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ସମୋସା । ଉତ୍ତର ଭାରତର ପ୍ରିୟ ସ୍ନାକ୍ସ ସମୋସାକୁ ୩.୯ ଲକ୍ଷ ଲୋକ ସର୍ଚ୍ଚ କରିଛନ୍ତି । ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ୨.୨୮ ଲକ୍ଷ ସର୍ଚ୍ଚ ସହିତ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।


